ଭୁବନେଶ୍ୱର ଟ୍ରିପଲ ମର୍ଡର ଘଟଣାର ୨୭ ବର୍ଷପରେ ଆସିଲା ରାୟ

ଭୁବନେଶ୍ୱର,୨୦।୧୦: ବହୁଚର୍ଚ୍ଚିତ ଭୁବନେଶ୍ୱର ବରମୁଣ୍ଡା ଟ୍ରିପଲ ମର୍ଡର ଘଟଣାର ୨୭ ବର୍ଷପରେ ରାୟ ଆସିଛି। ଦୋଷୀ ୩ ଜଣଙ୍କୁ ଏଡିଜେ-୨ ଆଜୀବନ ସଜା ଶୁଣାଇଛନ୍ତି। ସେମାନେ ହେଲେ ଚିତ୍ତରଞ୍ଜନ, ରୁଦ୍ର ନାରାୟଣ ଏବଂ ଜିତୁ।
ଅନ୍ୟପକ୍ଷେ ଘଟଣାର ଚତୁର୍ଥ ଅଭିଯୁକ୍ତଙ୍କର ଏହା ଭିତରେ ମୃତ୍ୟୁ ହୋଇ ସାରିଛି। ୧୯୯୬ ମସିହା ଜୁଲାଇ ୧୧ ତାରିଖରେ ଏହି ଟ୍ରିପଲ ମର୍ଡର ଘଟିଥିଲା। ବିଶ୍ୱଜିତ୍‌ ନାୟକ, ଦିଲ୍ଲୀପ ବି ରାୟ , ସାରଦା ରଥଙ୍କୁ ପୂର୍ବ ଶତ୍ରୁତାକୁ ନେଇ ହତ୍ୟା କରାଯାଇଥିଲା।

Share