Advertisement

କଂସ ଅଭିନୟରୁ ବିରତି ନେବେ ଭୁବନେଶ୍ୱର

ମଥୁରାନଗରୀ,୮।୧(ପ୍ରେମାନନ୍ଦ ଖମାରୀ):ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଚଳିତଥର ବରଗଡ଼ ବ୍ଲକ ଅନ୍ତର୍ଗତ ସର୍ଲା ଗ୍ରାମର ଭୁବନେଶ୍ୱର ପ୍ରଧାନ କଂସ ଅଭିନୟ କରୁଛନ୍ତି। ଏହାପୂର୍ବରୁ ମଧ୍ୟ ସେ ବରଗଡ଼ ସମେତ ଅନେକ ସ୍ଥାନରେ କଂସ ଭୂମିକାରେ ଚିତ୍ତାକର୍ଷକ ଅଭିନୟ କରି ନିଜ ଦକ୍ଷତା ପ୍ରତିପାଦନ କରିଛନ୍ତି। କିନ୍ତୁ ସେ ଆସନ୍ତାବର୍ଷରୁ ବରଗଡ଼ ଧନୁଯାତ୍ରା ମହୋତ୍ସବରେ କଂସ ଅଭିନୟରୁ ବିରତି ନେବେ ବୋଲି ମଙ୍ଗଳବାର ଘୋଷଣା କରିଛନ୍ତି। ଅନ୍ୟପଟେ ବରଗଡ଼ ଧନୁଯାତ୍ରା ପ୍ରତି ତାଙ୍କ ଭଲ ପାଇବା ସବୁଦିନ ରହିବ। ଧନୁଯାତ୍ରା ମହୋତ୍ସବ ସମିତି ଓ ଗୁରୁଜନଙ୍କ ପଛରେ ସେ ରହିଥିବେ ଏବଂ ସୁଯୋଗ ଦିଆଗଲେ ଧନୁଯାତ୍ରା କଳାକାରଙ୍କୁ ଅଭିନୟ ନେଇ ଦିଗ୍‌ଦର୍ଶନ ଦେବେ ବୋଲି ଭୁବନେଶ୍ୱର କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share