ଭୁବନେଶ୍ୱରକୁ ଜୀବନ୍ତ ସହର ଭାବେ ବିକଶିତ କରିବାକୁ ଚାଲିଛି ପ୍ରୟାସ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୩।୪(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱର ୭୩ ବର୍ଷରେ ପାଦ ଦେଇଛି। ଭୁବନେଶ୍ୱରର ପ୍ରତିଷ୍ଠା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏକ ମନ୍ଦିରମାଳିନୀ ସହରରୁ, ଭୁବନେଶ୍ୱର ଏକ ବିଶ୍ୱସ୍ତରୀୟ ସହର, ସ୍ମାର୍ଟସିଟି ଏବଂ ସ୍ପୋର୍ଟସ କ୍ୟାପିଟାଲ ଅଫ ଇଣ୍ଡିଆରେ ପରିଣତ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ଟୁଇଟ୍‌ କରି କହିଛନ୍ତି। ଏହା ସହ ଭୁବନେଶ୍ୱର ସ୍ମାରକୀ, ସଂସ୍କୃତି ଓ ଐତିହ୍ୟକୁ ସଂରକ୍ଷଣ କରି ଭୁବନେଶ୍ୱରକୁ ଏକ ଜୀବନ୍ତ ସହର ଭାବେ ବିକଶିତ କରିବାକୁ ନିରନ୍ତର ପ୍ରୟାସ କରାଯାଉଥିବା ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି ।

 

Share