ନୋରାଙ୍କ ବେଲି ଡ୍ୟାନ୍ସ

ମୁମ୍ବାଇ: ନୋରା ଫତେହି ତାଙ୍କ ଅପକମିଂ ଫିଲ୍ମ ‘ଭୁଜ-ଦ ପ୍ରାଇଡ ଅଫ୍ ଇଣ୍ଡିଆ’ ପାଇଁ ଏବେ ବେଶ୍ ଚର୍ଚ୍ଚାରେ । ଅଜୟ ଦେବଗନ ଷ୍ଟାରର ଏହି ଫିଲ୍ମ ୧୧ ଅଗଷ୍ଟରେ ରିଲିଜ ହେବାର ଯୋଜନା ରହିଛି । ନିକଟରେ ଭୁଜର ଟ୍ରେଲର ରିଲିଜ ହୋଇଥିଲା । ଏବେ ଏହାର ଗୀତ ରିଲଜ କରାଯାଇଛି । ଏଥିରେ ନୋରା ଫତେହି ଅଭିନୟ କରିଥିବା ଗୀତ ‘ଜାଲିମା କୋକା କୋଲା’ର ଟିଜର ରିଲିଜ୍ ହୋଇଛି । ଏଥିରେ ନୋରା ପୁଣିଥରେ ତାଙ୍କର ବେଲି ଡ୍ୟାନ୍ସକୁ ନେଇ ଆସିଯାଇଛନ୍ତି ଚର୍ଚ୍ଚାକୁ । ଏଥିରେ ସେ ସବୁଥର ପରି ଖୁବ୍ ସୁନ୍ଦର ଲାଗୁଛନ୍ତି । ଯେଉଁ ଟିଜର ସାମ୍ନାକୁ ଆସିଛି ସେଥିରେ ନୋରା ବ୍ଲୁ କଲର ଆଉଟଫିଟରେ ନଜର ଆସିଛନ୍ତି । ଟିଜରରେ ଖୁବ୍ କମ୍ ଝଲକ ଦେଖିବାକୁ ମିଳିଛି ନୋରାଙ୍କର । ଯେଉଁଥିରେ ସେ ବେଲି ଡ୍ୟାନ୍ସ କରୁଥିବା ଦେଖାଯାଇଛି । ଏବେ ସମ୍ପର୍ଣ୍ଣ ଗୀତ ରିଲିଜ କରାଯାଇ ନାହିଁ କେବଳ ଟିଜର ରିଲିଜ ହୋଇଛି । ଏହି ଫିଲ୍ମରେ ନୋରାଙ୍କର କେବଳ ଡ୍ୟାନ୍ସ ନୁୂହେଁ ଅଭିନୟ ବି ଦେଖିବାକୁ ମିଳି । ଏକ ସିକ୍ରେଟ ଏଜେଣ୍ଟ ଭୂମିକାରେ ନୋରାଙ୍କ ଦମଦାର ଅଭିନୟ ଦର୍ଶକଙ୍କୁ ପସନ୍ଦ ଆସିବ ବୋଲି ନିର୍ମାତା ଆଶା ରଖିଛନ୍ତି । ଏଥିରେ ସେ ଷ୍ଟଣ୍ଟ କରୁଥିବା ବି ଦେଖିବାକୁ ମିଳିବ ।

 

Share