ଲିପ ସର୍ଜରୀ କରିଛନ୍ତି ଭୁମି!

ମୁମ୍ବାଇ: ଅଭିନେତ୍ରୀ ଭୁମି ପେଡନେକର ନିଜ ଚେଷ୍ଟାରେ ବଲିଉଡରେ ତିଆରି କରିଛନ୍ତି ନିଜର ଏକ ସ୍ବତନ୍ତ୍ର ପରିଚୟ। କାଷ୍ଟିଂ ଏଜେନ୍ସିରେ କାମ କରିବା ଠାରୁ ଆରମ୍ଭ କରି ମୁଭିରେ କାମ କରିବା ପର୍ଯ୍ୟନ୍ତ ତାଙ୍କର ଯାତ୍ରା ଅତ୍ୟନ୍ତ ଆକର୍ଷଣୀୟ ରହିଛି । ତାଙ୍କର ଡେବ୍ୟୁ ମୁଭି ‘ଦମ ଲଗା କୋ ହଇଶା’ପାଇଁ ସେ ନିଜର ଓଜନ ବଢାଇଥିଲେ, କିନ୍ତୁ ଫିଲ୍ମର ଗୋଟିଏ ବର୍ଷ ପରେ ସେ ୮୯କିଲୋରୁ ୫୭ କିଲୋକୁ ହ୍ରାସ କରିଥିଲେ। ଆଜି ସେ ନିଜ ଫିଟ ଶରୀର ପାଇଁ ଫିଲ୍ମ ଇଣ୍ଡଷ୍ଟ୍ରିରେ ଜଣାଶୁଣା।
ତେବେ ତାଙ୍କର ଲେଟେଷ୍ଟ ଫଟୋକୁ ଦେଖି ପ୍ରଶଂସକମାନେ ବିଶ୍ୱାସ କରନ୍ତି ଯେ ସେ ଓଠର ସର୍ଜରୀ କରିଛନ୍ତି ଏବଂ ଦର୍ଶକେ ତାଙ୍କୁ ବହୁତ ଟ୍ରୋଲ କରୁଛନ୍ତି। ଭୁମି ନିଜ ଇନଷ୍ଟାଗ୍ରାମରେ କିଛି ଫଟୋ ପୋଷ୍ଟ କରିଛନ୍ତି, ହେଲେ ସମସ୍ତଙ୍କ ନଜର ତାଙ୍କ ଓଠ ଉପରକୁ ଯାଉଛି ଏବଂ ଦର୍ଶକେ ଏହା ଉପରେ କେମଣ୍ଟେ ବି କରିଛନ୍ତି।
ଜୁନ ୨୧ରେ ଭୁମି ତାଙ୍କର କିଛି ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ, ଯେଉଁଥିରେ ସେ ବଗିଚାରେ ବସିଥିବାର ନଜର ଆସିଛନ୍ତି। ଜଣେ ୟୁଜର ତାଙ୍କ ଫଟୋ ଉପରେ ଲେଖିଥିଲେ – ଆପଣ ନ୍ୟାଚୁରାଲ ବିୟୁଟି ଥିଲେ। ଆପଣଙ୍କୁ ଲିପ ଫିଲର୍‌ ଆବଶ୍ୟକତା ନ ଥିଲା। ଅନ୍ୟ ଜଣେ ୟୁଜର ଲେଖିଛନ୍ତି – ଆପଣଙ୍କ ଓଠରେ କ’ଣ ହେଲା।
ଅନ୍ୟପଟେ ଭୁମିଙ୍କ ଦ୍ୱିତୀୟ ଫଟୋ ଓ ଭିଡିଓ ଦେଖି ଲୋକେ ଭିନ୍ନ ଭିନ୍ନ କମେଣ୍ଟ କରୁଛନ୍ତି। ଜଣେ ୟୁଜର ଲେଖିଛନ୍ତି- କରିଦେଇଛନ୍ତି ଲିପ ସର୍ଜରୀ। ଆଉ ଜଣେ ଲେଖିଛନ୍ତି ମୋଟା ଲିପ୍ସ ଅଦ୍ଭୁତ ଲାଗୁନାହିଁ, ନ୍ୟାଚୁରାଲ ଭଳି ଲାଗୁନି।

Share