Advertisement

ସୁଟିଂ ସେଟ୍‌ରେ ଏହି ଅଭିନେତ୍ରୀଙ୍କ ଜଳିଗଲା ମୁହଁ

ମୁମ୍ବାଇ,୧୮।୪: ବଲିଉଡ୍‌ ଅଭିନେତ୍ରୀ ଭୂମି ପେଦେନକର ତାଙ୍କ ଆଗାମୀ ଫିଲ୍ମ ‘ସାଣ୍ଡ କି ଆଁଖ’ର ସୁଟିଂରେ ବ୍ୟସ୍ତ ଅଛନ୍ତି। ନିକଟରେ ସୁଟିଂ ସମୟରେ ମେକ୍‌ଅପ୍‌ ଯୋଗୁ ଭୂମିଙ୍କ ମୁହଁ ଜଳିଯାଇଥିବା ଜଣାପଡ଼ିଛି। ମୁହଁରେ ଗମ୍ଭୀର ଭାବରେ ଛାଲ ପଡ଼ିଯାଇଥିବା ଦେଖିବାକୁ ମିଳିଛି। ଭୂମିଙ୍କ ପି ଆର ଟିମ୍‌ ତାଙ୍କର ଏକ ଫଟୋକୁ ସେୟାର କରିଛନ୍ତି। ଯେଉଁଥିରେ ମେକ୍‌ଅପ୍‌ରେ ତାଙ୍କ ମୁହଁ ଜଳିଯାଇଥିବା ଦେଖିବାକୁ ମିଳିଛି। କୌଣସି ଷ୍ଟାରଙ୍କ ପାଇଁ ତାଙ୍କ ଚେହେରା ସବୁଠୁୁ ଗୁରୁତ୍ୱପୂର୍ଣ୍ଣ। ବେଳେ ବେଳେ ଦେଖାଯାଏ ଏଭଳି ଘଟଣା ଘଟିବା ଦ୍ୱାରା ସେମାନଙ୍କ ଆତ୍ମବିଶ୍ୱାସ ମଧ୍ୟ୍ୟ ହ୍ରାସ ପାଇଥାଏ। ହେଲେ ଭୂମି ତାଙ୍କୁ ମୁହଁରୁ ଏହି ଦାଗ ହଟାଇବା ପାଇଁ ବିଶେଷଜ୍ଞଙ୍କ ସହ ପରାମର୍ଶ ନେଇଥିବା ବେଳେ ନିଜର ସୁଟିଂ ମଧ୍ୟ ଜାରି ରଖିଛନ୍ତି। ଏହି ଫିଲ୍ମର ନିର୍ଦ୍ଦେଶନା ଭାର ତୁଷାର ହୀରାନନ୍ଦାନୀ ତୁଲାଇଥିବା ବେଳେ ପ୍ରଯୋଜନା କରିଛନ୍ତି  ଅନୁରାଗ କାଶ୍ୟପ। ‘ସାଣ୍ଡ କି ଆଁଖ’ରେ ଭୂମି ଚନ୍ଦ୍ରୋ ତୋମର ଚରିତ୍ରରେ ନଜର ଆସିବେ। ଯେଉଁଥିରେ ସେ ଜଣେ ବୟସ୍କା ସାର୍ପଶୁଟର ଭାବେ ଅଭିନୟ କରୁଥିବା ଦେଖିବାକୁ ମିଳିବ। ଏହି ଚରିତ୍ରରେ ଭୂମିଙ୍କ ମେକ୍‌ଅପ୍‌ ପାଇଁ ପ୍ରାୟ ୩ଘଣ୍ଟାର ସମୟ ଲାଗୁଥିବା ଜଣାପଡ଼ିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share