ସାମ୍ବାଦିକ ଭୂମିକାରେ ନଜର ଆସିବେ ଭୂମି ପେଡ୍‌ନେକର

ମୁମ୍ବାଇ: ଅଭିନେତ୍ରୀ ଭୂମି ପେଡ୍‌ନେକର ନିଜ ଅଭିନୟ ମାଧ୍ୟମରେ ପ୍ରଶଂସକଙ୍କ ହୃଦୟ ଜିତିଛନ୍ତି। ‘ଦମ ଲଗା କେ ହୈଶା’ ଫିଲ୍ମ ମାଧ୍ୟମରେ ସେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ବକ୍ସ ଅଫିସ୍‌ରେ ଫିଲ୍ମଟି ଭଲ ପ୍ରଦର୍ଶନ କରିଥିଲା। ବର୍ତ୍ତମାନ ଭୂମିଙ୍କୁ ତାଙ୍କ ଅପକମିଙ୍ଗ୍‌ ଫିଲ୍ମ‘ଭକ୍ଷକ’ରେ ଦେଖିବାକୁ ମିଳିବ। ସେଥିରେ ସେ ସାମ୍ବାଦିକ ଭୂମିକାରେ ନଜର ଆସିବେ। ଫିଲ୍ମରେ ଭେଟେରାନ ଅଭିନେତା ସଞ୍ଜୟ ମିଶ୍ରା, ଆଦିତ୍ୟ ଶ୍ରୀବାସ୍ତବ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି। ପୁଲକିତ ଏହାର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି। ଫିଲ୍ମଟି ଡିସେମ୍ବର ୧୧ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାର ଅଛି ।

Share