ଭାଙ୍ଗିପଡ଼ିଥିଲେ ଭୂମି

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଭୂମି ପେଡନେକର ଖୁବ୍‌ କମ୍‌ ଦିନରେ ହିନ୍ଦୀ ଫିଲ୍ମରେ ନିଜ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ସେ ବିଭିନ୍ନ ପ୍ରକାର ଫିଲ୍ମ କରି ପ୍ରଶଂସକଙ୍କ ହୃଦୟ ଜିତିଛନ୍ତି। କିଛି ଫିଲ୍ମ ବକ୍ସ ଅଫିସରେ ହିଟ୍‌ ବି ହୋଇଛି। ସେଥିମଧ୍ୟରୁ ଗୋଟିଏ ଫିଲ୍ମ ଯାହାକି ବକ୍ସ ଅଫିସରେ ଫ୍ଲପ୍‌ ହୋଇଥିଲା। ଏହାର ବ୍ୟବସାୟିକ ବିଫଳତା ଅଭିନେତ୍ରୀଙ୍କ ହୃଦୟ ଭାଙ୍ଗି ଦେଇଛି। ତାହା ହେଉଛି ଅଭିଷେକ ଚୌବେଙ୍କ ସହ ୨୦୧୮ରେ ଗ୍ୟାଙ୍ଗଷ୍ଟର ଡ୍ରାମା ଫିଲ୍ମ ‘ସୋନାଚିଡିଆ’। ଫିଲ୍ମ ବିଷୟରେ ଭୂମି କହିଛନ୍ତି, ସେ ଏଥିପାଇଁ ବହୁ କଠିନ ପରିଶ୍ରମ କରିଥିଲେ, କିନ୍ତୁ ଏହାର ବିଫଳତା ତାଙ୍କୁ ନିରାଶ କରିଥିଲା।


ସେ କହିଛନ୍ତି, ଏହି ଫିଲ୍ମ ପାଇଁ ସେ ତାଙ୍କ ଜୀବନର ୮ ମାସ ସମୟ ଦେଇଥିଲେ। ଭାବିଥିଲେ ବ୍ଲକ୍‌ବଷ୍ଟର ହେବ। କିନ୍ତୁ ଫ୍ଲପ୍‌ ହୋଇଥିଲା। ଫିଲ୍ମ ଫ୍ଲପ୍‌ ହେବା ପରେ ଭୂମି ଭାଙ୍ଗି ପଡ଼ିଥିବା ଏକ ସାକ୍ଷାତକାରରେ କହିଛନ୍ତି।

Share