ମୁମ୍ବାଇ: ବଲିଉଡ୍ ମୁଭି ‘ତେରେ ନାମ’ରେ ରାତାରାତି ଷ୍ଟାର ପାଲଟି ଯାଇଥିବା ଭୂମିକା ଚାଓ୍ବଲା ଆଜି ବଡ ପରଦାଠାରୁ ଦୂରେଇ ରହିଛନ୍ତି କହିଲେ ଚଳେ। ବଲିଉଡ୍ ଭାଇଜାନ୍ ସଲମାନ ଖାଁ ଆଜି ପର୍ଯ୍ୟନ୍ତ ଯେତେ କଳାକାରଙ୍କୁ ଲଞ୍ଚ କରିଛନ୍ତି ସେମାନଙ୍କ ମଧ୍ୟରେ ରହିଛନ୍ତି ଏହି ସାଉଥ୍ ଇଣ୍ଡିଆନ୍ ଆକ୍ଟ୍ରେସ୍ ଭୂମିକା ଚାଓ୍ବଲା। ଭୂମିକା ୨୧ ଅଗଷ୍ଟ ୧୯୭୮ରେ ଦିଲ୍ଲୀରେ ଜନ୍ମ ନେଇଥିଲେ। ଏବେ ସେ ୪୨ ବର୍ଷରେ ପାଦ ରଖିଛନ୍ତି। ତେବେ ୨୦୦୩ରେ ସେ ବଲିଉଡ୍ରେ ଡେବ୍ୟୁ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ହେଲେ ଏହା ପୂର୍ବରୁ ସେ ସାଇଥ୍ ଇଣ୍ଡଷ୍ଟ୍ରିରେ ଜଣେ ଆଗଧାଡିର ନାୟିକାର ମାନ୍ୟତା ପାଇ ସାରିଥିଲେ। ତାଙ୍କର ପିତା ଜଣେ ଆର୍ମି ଅଫିସର ହୋଇଥିବା ବେଳେ ଦିଲ୍ଲୀରେ ସେ ତାଙ୍କର ଶିକ୍ଷା ସମାପ୍ତ କରିଛନ୍ତି। ଏହାପରେ ମନୋରଞ୍ଜନ ଦୁନିଆରେ ପାଦ ଦେବା ପରେ ସେ ମୁମ୍ବାଇରେ ରହି ଆସୁଛନ୍ତି। କୁହାଯାଏ ଭୂମିକା ୨୧ ଅଗଷ୍ଟ ୨୦୦୭ରେ ନିଜ ଯୋଗ ଶିକ୍ଷକ ଭରତ ଠାକୁରଙ୍କୁ ବିବାହ କରିଥିଲେ। ଦୀର୍ଘ ୪ ବର୍ଷର ଡେଟିଂ ପରେ ଉଭୟ ବିବାହ କରିଥିଲେ। ତାଙ୍କର ଏକ ପୁଅ ରହିଛି। ଭୂମିକା ଶେଷଥର ପାଇଁ ସୁଶାନ୍ତ ସିଂ ରାଜପୁତଙ୍କ ଅଭିନୀତ ଫିଲ୍ମ ‘ଏମ୍ ଏସ୍ ଧୋନି: ଦ ଅନଟୋଲ୍ଡ ଷ୍ଟୋରୀ’ରେ ସୁଶାନ୍ତଙ୍କ ଭଉଣୀ ଭୂମିକାରେ ନଜର ଆସିଥିଲେ।