Categories: ଖେଳ

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବଡ଼ ବୟାନ୍‌, ଭିନେଶ ଫୋଗାଟଙ୍କୁ ରାଜ୍ୟସଭା ପଠାଇଥାନ୍ତୁ, ହେଲେ..

ନୂଆଦିଲ୍ଲୀ, ୦୮।୦୮: ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଭୂପେନ୍ଦ୍ର ସିଂହ ହୁଡ୍ଡା ଭିନେଶ ଫୋଗାଟଙ୍କୁ ନେଇ ବଡ଼ କଥା କହିଛନ୍ତି । ଯଦି ଆମ ପାଖରେ ବିଧାୟକ ସଂଖ୍ୟା ଅଧିକ ଥାନ୍ତା ଆମେ ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗାଟଙ୍କୁ ରାଜ୍ୟସଭା ପଠାଇଥାନ୍ତୁ ବୋଲି ସେ କହିଛନ୍ତି । ହେଲେ ଆମ ପାଖରେ ଆବଶ୍ୟକ ସଂଖ୍ୟା ନାହିଁ । ମାତ୍ର ୨୮ ଜଣ ବିଧାୟକଙ୍କ ସମର୍ଥନରେ ଆମର ପ୍ରାର୍ଥୀ ରାଜ୍ୟ ସଭା ଯାଇପାରିବେ ନାହିଁ ।

ଏଥି ସହ କଂଗ୍ରେସ ସାଂସଦ ଭୂପେନ୍ଦ୍ର ହୁଡ୍ଡା କହିଛନ୍ତି ଯେ ଭିନେଶ ହାରି ନାହାଁନ୍ତି, ବରଂ ସେ କୋଟି କୋଟି ଲୋକଙ୍କ ହୃଦୟ ଜିତିଛନ୍ତି। ଖେଳ ବ୍ୟବସ୍ଥା ହାରିଯାଇଛି । ସ଼୍ବର୍ଣ୍ଣ ପଦକ ବିଜେତାଙ୍କୁ ଦିଆଯାଉଥିବା ସମସ୍ତ ସୁବିଧା ସରକାର ତାଙ୍କୁ ପ୍ରଦାନ କରିବା ଉଚିତ୍‌। ହରିୟାଣାରେ ଗୋଟିଏ ରାଜ୍ୟସଭା ଆସନ ଖାଲି ଅଛି। ଆମର ସଂଖ୍ୟାଗରିଷ୍ଠତା ନାହିଁ । କିନ୍ତୁ ଯଦି ଦେଶରେ ସାଂସଦ ହେବାକୁ ଉପଯୁକ୍ତ କେହି ଅଛନ୍ତି, ତେବେ ସେ ହେଉଛନ୍ତି ଭିିନେଶ। କାରଣ ସେ ବିଶ୍ୱ ଏବଂ ଦେଶ ପାଇଁ ପ୍ରେରଣା ଓ ସାହସର ପ୍ରତୀକ ପାଲଟିଛନ୍ତି ।

Share