Categories: ଜାତୀୟ

ଭୂପେନ୍ଦ୍ର ପଟେଲଙ୍କ ମୁଣ୍ଡରେ ସୁନା କଳସ, ହେଲେ ମୁଖ୍ୟମନ୍ତ୍ରୀ…

ଗାନ୍ଧିନଗର,୧୨।୯: ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଭୂପେନ୍ଦ୍ର ପଟେଲଙ୍କ ମୁଣ୍ଡରେ ସୁନା କଳସ ଢଳାଯାଇଛି। ସର୍ବସମ୍ମତି କ୍ରମେ ତାଙ୍କୁ ବିଧାୟକ ଦଳର ନେତା ଭାବେ ନିର୍ବାଚିତ କରାଯାଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଇସ୍ତଫା ଦେବା ପରେ ରାଜ୍ୟର ନୂଆ ମୂଖ୍ୟମନ୍ତ୍ରୀ କିଏ ହେବ ସେ ନେଇ ନାନା କଳ୍ପନା ଜଳ୍ପନା ଜାରି ରହିଥିଲା। ଶେଷରେ ଏହାର ପରିସମାପ୍ତି ଘଟିଛି। ଖୁବ୍‌ ଶୀଘ୍ର ଭୂପେନ୍ଦ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ।

Share