Categories: ଜାତୀୟ

ବାଜିଲା ମୋହର: ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ ହେବେ ଭୂପେନ୍ଦ୍ର ପଟେଲ

ଅହମ୍ମଦାବାଦ,୧୦।୧୨: ଗୁଜରାଟର ନୂଆ ମୁଖ୍ୟମନ୍ତ୍ରୀ ହେବେ ଭୂପେନ୍ଦ୍ର ପଟେଲ। ଶନିବାର ବସିଥିବା ବିଧାୟକ ଦଳ ବୈଠକରେ ତାଙ୍କ ନାମ ସର୍ବସମ୍ମତିକ୍ରମେ ପାରିତ ହୋଇଛି। ଆସନ୍ତା ସୋମବାର ଦିନ ୨ଟାରେ ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ତେବେ ଗୁଜରାଟରେ ଐତିହାସିକ ବିଜୟ ହାସଲ କରିଛି ଭାଜପା। ପ୍ରତିରକ୍ଷା ମନ୍ତ୍ରୀ ତଥା ଦଳର ପର୍ଯ୍ୟବେକ୍ଷକ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଆଜି ଦଳର ବିଧାୟକ ଦଳର ଏକ ବୈଠକ ଡକା ଯାଇଥିଲା। ବିଧାୟକ ଦଳ ବୈଠକରେ କାନୁ ଦେଶାଇ ପ୍ରଥମେ ଭୂପେନ୍ଦ୍ରଙ୍କ ନାଁ ଆଗତ କରିଥିଲେ। ପରେ ନବ ନିର୍ବାଚିତ ୧୫୬ ବିଧାୟକ ସର୍ବସମ୍ମତିକ୍ରମେ ଭୂପେନ୍ଦ୍ରଙ୍କୁ ବିଧାୟକ ଦଳ ନେତା ଭାବେ ମୋହର ମାରିଛନ୍ତି। ଏଣୁ ସେ ଗୁଜରାଟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ।

ଗୁଜରାଟରେ ୧୮୨ ସଦସ୍ୟ ବିଶିଷ୍ଟ ବିଧାନସଭାରେ ଭାଜପା ୧୫୬ ଆସନ ଜିତି ସରକାର ଗଢ଼ିବାକୁ ଯାଉଛି। ଏହାପୂର୍ବରୁ ଭାଜପା ୨୦୦୨ରେ ୧୨୭ ସିଟ୍‌ ଜିତିଥିଲା। ସେତେବେଳେ ମୋଦି ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ।

Share