ଲକ୍ଷ୍ନୌ,୨୫।୮: ଉତ୍ତରପ୍ରଦେଶରେ ଭାଜପା ରାଜ୍ୟ ସଭାପତିଙ୍କ ନାମ ଘୋଷଣାକୁ ନେଇ ଦୀର୍ଘ ଦିନ ଧରି ଚାଲିଥିବା କଳ୍ପନାଜଳ୍ପନା ଶେଷ ହୋଇଛି। ରାଜ୍ୟରେ ନୂଆ ରାଜ୍ୟ ସଭାପତିଙ୍କ ନାମ ଭାଜପା ଗୁରୁବାର ଘୋଷଣା କରିଛି। ଦଳ ଭୂପେନ୍ଦ୍ର ସିଂ ଚୌଧୁରୀଙ୍କୁ ୟୁପି ଦାୟିତ୍ୱ ଦେଇଛି।
ୟୁପିରେ ଭାଜପାର ନୂତନ ରାଜ୍ୟ ସଭାପତି କିଏ ହେବ ସେନେଇ ଚର୍ଚ୍ଚା ଜୋର ଧରିଥିଲା। ଏହି ଦୌଡରେ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ, ଦୀନେଶ ଶର୍ମା, ଶ୍ରୀକାନ୍ତ ଶର୍ମା, ହରିଶ ଦ୍ୱିବେଦୀ, ସୁବ୍ରତ ପାଠକ ଏବଂ କେନ୍ଦ୍ର ମନ୍ତ୍ରୀ ବି.ଏଲ ବର୍ମାଙ୍କ ନାମ ଆଲୋଚନା ହେଉଥିଲା। କିନ୍ତୁ ଶେଷରେ ଭାଜପା ନୂତନ ସଭାପତି ଭୂପେନ୍ଦ୍ର ସିଂ ଚୌଧୁରୀଙ୍କ ନାଁ ଘୋଷଣା କରିଛି।
ଯୋଗୀ ସରକାରରେ ମନ୍ତ୍ରୀ ସ୍ବତନ୍ତ୍ର ଦେବ ସିଂଙ୍କ ସ୍ଥାନ ନେବେ ଭୂପେନ୍ଦ୍ର। ଗତ ଜୁଲାଇ ୧୬ରେ ସ୍ବତନ୍ତ୍ର ଦେବ ସିଂ ତାଙ୍କର ତିନି ବର୍ଷ କାର୍ଯ୍ୟକାଳ ସମାପ୍ତ କରିଥିଲେ।