Categories: ଜାତୀୟ

ମୋଦିଙ୍କୁ ସିଂହ ନ କହିବାକୁ ରମଣ ସିଂଙ୍କୁ ପରାମର୍ଶ ଦେଲେ ଭୁପେଶ ବାଘେଲ, ସିଂହଙ୍କର ହେଉଛି ଅଧିକ ଶିକାର…

ରାୟପୁର,୧୮।୭ : ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଭିଡିଓ ଶେୟାର କରିଛନ୍ତି । ଏହାକୁ ନେଇ ଏବେ ବିବାଦ ଲାଗି ରହିଛି। ଶେୟାର ହୋଇଥିବା ଭିଡିଓରେ ଭୁପେଶ ବାଘେଲ ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସିଂହ ନ ଡାକିବାକୁ ପରାମର୍ଶ ଦେଇଛନ୍ତି। କିଛି ଦିନ ପୂର୍ବରୁ ରମଣ ସିଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସିଂହ ବୋଲି କହିଥିଲେ ଏବଂ ବିରୋଧୀ ଦଳ ତାଙ୍କ ସାମ୍ନାରେ ଠିଆ ହୋଇ ପାରିବେ ନାହିଁ ବାକୁ ଯାଉନାହାଁନ୍ତି ବୋଲି କହିଥିଲେ। ଭୁପେଶ ବାଗେଲଙ୍କ ଅନୁଯାୟୀ ପିଏମ ମୋଦିଙ୍କୁ ସିଂହ ବୋଲି କହିବା ଠିକ ହେବ ନାହିଁ।
ଏହି ଭିଡିଓକୁ ଭୁପେଶ ବାଘେଲ ନିଜେ ନିଜ ଟୁଇଟରରେ ଶେୟାର କରିଛନ୍ତି। ଭିଡିଓରେ ସିଏମ କହୁଛନ୍ତି ରମଣ ସିଂ ଜାଣନ୍ତି ନାହିଁ ସିଂହଙ୍କର ସବୁଠୁ ବେଶି ଶିକାର ହେଉଛି। ସିଂହ ସଂଖ୍ୟା ହ୍ରାସ ପାଇଛି ଏବଂ ସେମାନେ ସୁରକ୍ଷିତ ଅଛନ୍ତି ତେଣୁ ଏହିପରି କଥାବାର୍ତ୍ତା କରନ୍ତୁ ନାହିଁ । ଏହିପରି କଥାବାର୍ତ୍ତା କରିବା ଠିକ ନୁହେଁ, ସେ ମଧ୍ୟ ଜଣେ ମଣିଷ ଏବଂ ସମସ୍ତ ରାଜଜୈତିକ ଦଳର ଅଟନ୍ତି। ଦେଶରେ ଅନେକ ପ୍ରଧାନମନ୍ତ୍ରୀ ରହିଛନ୍ତି ଏବଂ ଭବିଷ୍ୟତରେ ମଧ୍ୟ ଅନେକ ପ୍ରଧାନମନ୍ତ୍ରୀ ରହିବେ, କିନ୍ତୁ ମୋଦିଙ୍କ ସିଂହ ଡାକିବା ଉଚିତ ନୁହେଁ କାରଣ ସମଗ୍ର ବିଶ୍ୱରେ ସିଂହଙ୍କ ସଂଖ୍ୟା ହ୍ରାସ ପାଉଛି। ବାଘେଲଙ୍କ ଏହି ବିବୃତ୍ତି ବିରୋଧୀ ଏକତା ଦ୍ୱାରା ମିଳୁଥିବା ଥିବା ଚ୍ରାଲେଞ୍ଜକୁ ଦର୍ଶାଉଛି।

Share