Categories: ଜାତୀୟ

କଳା ଚଷମା, ଲେଦର ଜ୍ୟାକେଟରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ରାୟପୁର,୩।୩: ସୋସିଆଲ ମିଡିଆରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ। ମୁଖ୍ୟମନ୍ତ୍ରୀଙ୍କ ଅଫିସିଆଲ ଟୁଇଟର ଆକାଉଣ୍ଟରୁ ଏକ ଭିଡିଓ ଶେୟାର କରାଯାଇଛି। ଯେଉଁଥିରେ ସେ ଲେଦର ଜ୍ୟାକେଟ ସାଙ୍ଗକୁ ଚଷମା ପିନ୍ଧି ରେସିଂ ବାଇକ୍‌ ଚଲାଉଥିବା ଦେଖିବାକୁ ମିଳିଛି। ଏହି ଭିଡିଓ ରବିବାର ରାୟପୁରରେ ହୋଇଥିବା ରେସିଂ ଇଭେଣ୍ଟର ପ୍ରୋମୋଶନ୍‌ ବେଳର ଭିଡିଓ। ରାଜ୍ୟରେ ଆଡ୍‌ଭେଞ୍ଚର୍‌ ସ୍ପୋର୍ଟସ୍‌ ଏବଂ ପର୍ଯ୍ୟଟନର ବିକାଶ ପାଇଁ ଛତିଶଗଡ଼ ମୋଟର ସ୍ପୋର୍ଟସ୍‌ ଆସୋସିଏଶନ୍‌ ପକ୍ଷରୁ ମାର୍ଚ୍ଚ ୬ରେ ଏକ ରେସିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି। କାର୍ଯ୍ୟକ୍ରମର ପ୍ରୋମୋଟ ପାଇଁ ମୁଖ୍ୟମନ୍ତ୍ରୀ ବାଘେଲ ବାଇକ୍‌ ଚଳାଉଥିବା କୁହାଯାଇଛି।

Share