Categories: ଜାତୀୟ

ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ କମିଟିରୁ ଓହରିବା ପରେ ଭୁପିନ୍ଦର ସିଂଙ୍କୁ କାନାଡାରୁ ଧମକ

ନୂଆଦିଲ୍ଲୀ,୧୪।୧: ନୂଆ କୃଷି ଆଇନକୁ ନେଇ ସରକାର ଓ ଚାଷୀ ସଂଗଠନ ମଧ୍ୟରେ ଚାଲିଥିବା ଅଚଳାବସ୍ଥାର ସମାଧାନ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ କମିଟିରୁ ଓହରି ଯାଇଛନ୍ତି ଭୁପିନ୍ଦର ସିଂ ମନ୍ନ। ଏହି ଘୋଷଣା କରିବା ପରେ ଭାରତୀୟ କୃଷକ ସଂଘର ସଭାପତି ଭୁପିନ୍ଦରଙ୍କୁ କାନାଡରୁ ଏକ ଧମକ ପୂର୍ଣ୍ଣ ଫୋନ ଆସିଛି। ହେଲେ ଏ ବିଷୟରେ ସବିଶେଷ ତଥ୍ୟ ମିଳି ନାହିଁ।

କାରଣ ସେ ପୂର୍ବରୁ ଖୋଲାଖୋଲି ଭାବେ ନୂଆ କୃଷି ଆଇନକୁ ସମର୍ଥନ କରିଥିବାରୁ ଚାଷୀ ସଗଂଠନ ଏହାକୁ ବିରୋଧ କରିଥିଲେ। ନିରପେକ୍ଷ ରହିବାକୁ ଚାହଁୁଥିଲେ । କିନ୍ତୁ କୃଷକଙ୍କ ଆନ୍ଦୋଳନ ପ୍ରତି ଜନସାଧାରଣଙ୍କ ସମର୍ଥନ ଥିବାରୁ ସେ ଏହି ନିଷ୍ପତ୍ତି ନେଇଛନ୍ତି।

Share