ଥିମ୍ପୁ/ନୂଆଦିଲ୍ଲୀ,୧।୪: ଭୁଟାନ ରାଜା ଜିଗମେ ଖେସର ନାମନ୍ୟାଲ ଓ୍ବାଙ୍ଗଚୁକ ଆସନ୍ତା ସପ୍ତାହରେ ଭାରତ ଗସ୍ତରେ ଆସୁଛନ୍ତି। ସେ ଦେଶର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିମନ୍ତ୍ରଣରେ ଭାରତକୁ ଆସୁଛନ୍ତି। ସୋମବାର ଅର୍ଥାତ୍ ୩ ରୁ ୫ ଏପ୍ରିଲ ପର୍ଯ୍ୟନ୍ତ ସେ ଭାରତରେ ରହିବେ। ଏହି ସମୟରେ ସେ ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।
ତାଙ୍କ ସହ ସେଠାକାର ବିଦେଶ ଓ ବୈଦେଶିକ ବ୍ୟାପାର ମନ୍ତ୍ରୀ ଲୟୋଂପୋ ଡା. ଟାଣ୍ଡି ଦୋରଜି ଓ ରାଜାଙ୍କ ବରିଷ୍ଠ ଅଧିକାରୀ ରହିବେ। ଭୁଟାନ ରାଜାଙ୍କ ଏହି ଯାତ୍ରା ଦୁଇ ଦେଶ ମଧ୍ୟରେ ନିୟମିତ ଭାବେ ଉଚ୍ଚସ୍ତରୀୟ ଆଦାନ ପ୍ରଦାନର ଲମ୍ବା ପରମ୍ପରାକୁ ଧ୍ୟାନରେ ରଖି କରାଯାଇଛି। ଏହି ସୂଚନା ବୈଦେଶିକ ମନ୍ତ୍ରଣାଳ ପକ୍ଷରୁ ଦିଆଯାଇଛି। ଭୁଟାନର ରାଜା ପୂର୍ବରୁ ବହୁବାର ଭାରତ ଗସ୍ତରେ ଆସି ସାରିଛନ୍ତି।