Categories: ଜାତୀୟ

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କଲେ ଭୁଟାନର ସ୍ବାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୧୮।୮: ପାରମ୍ପରିକ ଔଷଧର ପ୍ରଚାର ପାଇଁ ଭୁଟାନର ସ୍ବାସ୍ଥ୍ୟମନ୍ତ୍ରୀ ଡେଚେନ ୱାଙ୍ଗମୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ବିଶ୍ୱ ବର୍ତ୍ତମାନ କୋଭିଡରୁ ସୁସ୍ଥ ହୋଇଥିବାରୁ ପାରମ୍ପରିକ ଏବଂ ଏଲୋପାଥିକ ଔଷଧର ଏକୀକରଣ ଗୁରୁତ୍ୱପୂର୍ଣ୍ଣ।
ଗାନ୍ଧିନଗରରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ପାରମ୍ପରିକ ଔଷଧ ଗ୍ଲୋବାଲ ସମ୍ମିଳନୀ ଉଦ୍‌ଘାଟିତ ହୋଇଛି। ଗୁଜରାଟରେ ଅନୁଷ୍ଠିତ ଜି-୨୦ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ବୈଠକରେ ଯୋଗ ଦେଇ ୱାଙ୍ଗମୋ କହିଛନ୍ତି ଯେ ପାରମ୍ପରିକ ଏବଂ ଏଲୋପାଥିକ ଔଷଧର ଏକୀକରଣ ପାଇଁ ମୁଁ ଭାରତକୁ ଅଭିନନ୍ଦନ ଜଣାଉଛି। ବିଶ୍ୱ ବର୍ତ୍ତମାନ ମହାମାରୀ କରୋନାରୁ ସୁସ୍ଥ ହେଉଛି। ପାରମ୍ପରିକ ଔଷଧକୁ ଧ୍ୟାନରେ ରଖିବା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହା ଏକ ଚମତ୍କାର ପଦକ୍ଷେପ।

Share