୫ରୁ ଭିତରକନିକା ବନ୍ଦ

ରାଜନଗର, ୨୨ା୧୨(ଭାସ୍କର ରାଉତରାୟ): ଭିତରକନିକା ଜାତୀୟ ଉଦ୍ୟାନରେ ପ୍ରବାହିତ ନଦୀ ନାଳରେ ବସବାସ କରୁଥିବା ବଉଳା କୁମ୍ଭୀରଙ୍କ ଗଣନା ଜାନୁୟାରୀ ୫ରୁ ଆରମ୍ଭ ହୋଇ ୧୩ ତାରିଖରେ ଶେଷ ହେବ। ଏଥିପାଇଁ ଦେଶ ବିଦେଶରୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ଏହି ସମୟରେ ପରିଭ୍ରମଣ ପାଇଁ ନିଷେଧ କରାଯାଇଛି। ବଉଳା କୁମ୍ଭୀର ବିଶାରଦ ଡ. ସୁଧାକର କର, ରାଜନଗର ଡିଏଫ୍‌ଓ ସୁଦର୍ଶନ ଗୋପୀନାଥ ଯାଦବଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଗଣନା କାର୍ଯ୍ୟ କରାଯିବ। ସୂଚନାଯୋଗ୍ୟ ଜାତୀୟ ଉଦ୍ୟାନରେ ପ୍ରବାହିତ ନଦୀ ନାଳ ଏବଂ ନଦୀକୁ ସଂଯୋଗ କରୁଥିବା ସ୍ଥାନଗୁଡିକରେ ବଉଳା କୁମ୍ଭୀରଙ୍କ ଗଣନା କରାଯିବ। ଚଳିତବର୍ଷ କୁମ୍ଭୀର ଗଣନା ସମୟରେ ସେମାନଙ୍କ ସଂଖ୍ୟା ୧୭୯୩ ରହିଥିଲା।

Share