ନୂଆଦିଲ୍ଲୀ,୧୫।୫: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲ ଏବଂ ଇଲଂଣ୍ଡ ବିପକ୍ଷରେ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ବିସିସିଆଇ ପକ୍ଷରୁ ଭାରତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ଅନେକ ଖେଳାଳିଙ୍କୁ ଅଣଦେଖା କରାଯାଇଥିଲା, ସେମାନଙ୍କ ମଧ୍ୟରେ ଭୁବନେଶ୍ୱର କୁମାର ଥିଲେ। ଏବେ ଜଣାପଡ଼ିଛି ଯେ ଦ୍ରୁତ ବୋଲର ଭୁବନେଶ୍ୱର କୁମାର ଟେଷ୍ଟ କ୍ରିକେଟ ଖେଳିବାକୁ ଚାହୁଁନାହାନ୍ତି। ସେ ନିଜର ଧ୍ୟାନ କେବଳ ଟି୨୦ କ୍ରିକେଟ ଉପରେ ଦେଉଛନ୍ତି।
୨୦୧୮ରେ ଭୁବନେଶ୍ୱର ଦକ୍ଷିଣ ଆଫ୍ରିକା ବିପକ୍ଷରେ ଶେଷ ଟେଷ୍ଟ ଖେଳିଥିଲେ। ଆହତ ସମସ୍ୟା ଯୋଗୁ ସେ ଆଗାମୀ ଟେଷ୍ଟ ମ୍ୟାଚ୍ରୁ ବାଦ ପଡ଼ିଥିଲେ। ହେଲେ ଇଂଲଣ୍ଡ ଗସ୍ତ ବେଳେ ସେ ଫେରିପାରନ୍ତି ବୋଲି ବିବେଚନା କରାଯାଇଥିଲା। ହେଲେ ଭୁଭି ଆଉ ଟେଷ୍ଟ କ୍ରିକେଟ ଖେଳିବାକୁ ଚାହୁଁନାହାନ୍ତି।
ତେବେ ଭୁବନେଶ୍ୱରଙ୍କ ଚୟନ ନ ହେବା ସମସ୍ତଙ୍କୁ ଚକିତ କରିଥିଲା। କାରଣ ସେ ଇଂଲଣ୍ଡ ବିପକ୍ଷରେ ଭଲ ପ୍ରଦର୍ଶନ କରିଥିଲେ। ୨୦୧୪ ଗସ୍ତ ବେଳେ ସେ ୫ ମ୍ୟାଚ୍ରେ ୧୯ ଉଇକେଟ ନେଇଥିଲେ।