ଜଳ ବଜାରରେ ପକ୍ଷପାତିତା

ନିକଟରେ ଗ୍ଲୋବାଲ କମିଶନ ଅନ୍‌ ଇକୋନୋମିକ୍ସ ଅଫ୍‌ ଓ୍ବାଟରର ଏକ ଗୁରୁତ୍ୱପୂର୍ଣ୍ଣ ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ଓ୍ବାଟର ମାର୍କେଟ ବା ଜଳ ବଜାର(ସ୍ଥାୟୀ କିମ୍ବା ଅସ୍ଥାୟୀ ଆଧାରରେ ଜଳ ଅଧିକାରର ବିକ୍ରି ଖର୍ଦି)କୁ ଜଳବାୟଜନିତ ଜଳ ସଙ୍କଟର ଏକ ମୌଳିକ ସମାଧାନ ଭାବରେ ଚିହ୍ନଟ କରିଛି। ଜଳର ଉପଯୁକ୍ତ ମୂଲ୍ୟ ନିର୍ଦ୍ଧାରଣ ପୂର୍ବକ ଚାହିଦା ଆଧାରରେ ଏହାର ବଣ୍ଟନ ପାଇଁ ବଜାର ସୃଷ୍ଟିକରି ଆମେ ଜଳର ପ୍ରଭାବୀ ବ୍ୟବହାରକୁ ପ୍ରୋତ୍ସାହିତ କରିବା ସହ ସଂରକ୍ଷଣକୁ ମଧ୍ୟ ଉତ୍ସାହିତ କରିପାରିବା। ତେବେ ଜଳ ବଜାର ଏକ ଉତ୍କୃଷ୍ଟ ଚିନ୍ତାଧାରା ଜଣାପଡ଼ୁଥଲେ ମଧ୍ୟ ଚିଲି, ଅଷ୍ଟ୍ରେଲିଆ, ଆମେରିକା ଏବଂ ଅନ୍ୟାନ୍ୟ ଦେଶର ଅନୁଭବ ଦର୍ଶାଏ ଯେ ଏହାର କାର୍ଯ୍ୟକାରିତା ଅତ୍ୟନ୍ତ ଆହ୍ବାନପୂର୍ଣ୍ଣ ହୋଇପାରେ।

ଜଳ ବଜାରରେ ବ୍ୟକ୍ତି କିମ୍ବା ସଙ୍ଗଠନକୁ ଜଳ ବ୍ୟବହାର ଲାଗି ବୈଧ ଅଧିକାର ପ୍ରଦାନ କରାଯିବା ସହ ବ୍ୟବସାୟ କରିବାକୁ ଅନୁମତି ଦିଆଯାଏ। ଜାତୀୟ ଜଳ ବଜାରକୁ କାର୍ଯ୍ୟକାରୀ କରିବାରେ ଚିଲି ହେଉଛି ପ୍ରଥମ ଦେଶ। ସେଠାରେ କୃଷକମାନେ ଜଳ ଲବ୍ଧ ଅଞ୍ଚଳ କିମ୍ବା ଶିଳ୍ପଗୁଡ଼ିକରୁ ଜଳ କିଣିପାରୁଛନ୍ତି। ଏଭଳି ପଦ୍ଧତି ମରୁଡ଼ି ସମୟରେ ବି ଉଚ୍ଚ ମୂଲ୍ୟଯୁକ୍ତ ଫସଲ ଉପତ୍ାଦନ ବୃଦ୍ଧିରେ ସାହାଯ୍ୟକରେ। ଚିଲିର ଜଳ ବଜାର ଯୋଗୁ କୃଷି ଉତ୍ପାଦନ ବଢ଼ିଲା। ୧୯୮୫ ରୁ ୨୦୧୮ ମଧ୍ୟରେ ଅଧିକ ଜଳ ଦରକାର କରୁଥିବା କୃଷିର ଚାହିଦା ଥିବା ଅଞ୍ଚଳରେ ଜଳ ବଜାରକୁ ଅନୁମତି ଦେବା ଦ୍ୱାରା ଆଟାକାମା ଏବଂ କୋକ୍ୱିିମ୍ବୋରେ ପ୍ରଚୁର ଫସଲ ଉପତ୍ାଦନ ହୋଇପାରିଥିଲା। ଏହି ପ୍ରକାର ନୀତି ଅଷ୍ଟ୍ରେଲିଆର ମୁର୍‌ରେ ଡାର୍ଲିଂ ଅବବାହିକାରେ ଲାଗୁ କରାଯାଇଛି। ସେଠାରେ କୃଷକମାନେ ଜଳର ବୈଧ ବାଣିଜି୍ୟକ ଉପଯୋଗ କରୁଛନ୍ତି।

ବ୍ଲୁମ୍‌ବର୍ଗ ରିପୋର୍ଟ ଅନୁଯାୟୀ, ଅଷ୍ଟ୍ରେଲିଆରେ ଜଳ ବ୍ୟବସାୟ ଆକାର ପ୍ରାୟ ୪ ବିଲିୟନ ଅଷ୍ଟ୍ରେଲୀୟ ଡଲାର (୨.୭ ବିଲିୟନ ଆମେରିକୀୟ ଡଲାର) ଏବଂ ଅଷ୍ଟ୍ରେଲିଆକୁ ଏହା ବିଶ୍ୱର ନବମ ବୃହତ୍ତମ ଖାଦ୍ୟ ରପ୍ତାନିକାରୀ ଦେଶ କରିପାରିଛି। କାଲିଫର୍ନିଆର ସେଣ୍ଟ୍ରାଲ ଭ୍ୟାଲି ମଧ୍ୟ କୃଷିଭିତ୍ତିକ ଜଳ ବ୍ୟବସାୟକୁ ଅନୁମତି ଦିଏ। ଏହାଦ୍ୱାରା କୃଷକମାନେ ଜଳ ସମ୍ବଳ ସମୃଦ୍ଧ ଅଞ୍ଚଳରୁ ଜଳ କ୍ରୟ କରି ମରୁଡ଼ି ପରିସ୍ଥିତିର ମୁକାବିଲା କରୁଛନ୍ତି। କିନ୍ତୁ ଚିଲିରେ ଜଳ ବଜାରର ଦୁର୍ବଳତା ସାମ୍ନାକୁ ଆସିଛି। ଚିଲିରେ ଏହା ଅଧିକ ଅସମାନତା ସୃଷ୍ଟିକରିଛି। ବୃହତ୍‌ କୃଷି ବ୍ୟବସାୟୀମାନେ ଜଳକୁ ବ୍ୟବହାର କରିବାର ଅଧିକ ଅଧିକାର ପାଇଥିବାବେଳେ କ୍ଷୁଦ୍ରଚାଷୀ ଏବଂ ବଞ୍ଚିତ ସମୁଦାୟଙ୍କୁ କମ୍‌ ସୁବିଧା ଦିଆଯାଇଛି।

ଧନୀ ବ୍ୟବସାୟୀମାନେ ଜଳ ବଜାରରେ ପ୍ରାଧାନ୍ୟ ବିସ୍ତାର କରିଥିବାବେଳେ ଦୁର୍ବଳ ତଥା ବଞ୍ଚିତ ଗୋଷ୍ଠୀ ଅଧିକ ମୂଲ୍ୟ ଯୋଗୁ ଜଳ କିଣିବାକୁ ସକ୍ଷମ ହୋଇପାରୁନାହାନ୍ତି। ଏହା ଗମ୍ଭୀର ନ୍ୟାୟିିକ ସମସ୍ୟା ସୃଷ୍ଟି କରୁଛି। ଚିଲିର ଜଳ ବଜାର ବ୍ୟବସ୍ଥା ଧନିକଙ୍କୁ ଅତ୍ୟଧକ ଜଳ କିଣିିବାକୁ ଅନୁମତି ଦେଇ ଅଧିକ ଜଳ ଦରକାର କରୁଥିବା ଲୋକଙ୍କୁ ଅଣଦେଖା କରୁଛି। ଉତ୍ତର ଚିଲିର ଲିମାରି ଉପତ୍ୟକାରେ ଜଳ ଅଧିକାରକୁ କେତୋଟି ବୃହତ୍‌ କୃଷି କମ୍ପାନୀ ମଧ୍ୟରେ ସୀମିତ ରଖାଯାଇଛି। ଏହା ଦ୍ୱାରା କ୍ଷୁଦ୍ରଚାଷୀମାନେ ମରୁଡ଼ି ସମୟରେ ପର୍ଯ୍ୟାପ୍ତ ଜଳ ପାଇପାରୁ ନାହାନ୍ତି। ଏହି ପ୍ରକାର ସମସ୍ୟା କାଲିଫର୍ନିଆରେ ମଧ୍ୟ ଦେଖାଯାଏ। ସେଠାରେ ଜଳ ଅଧିକାର ପାଇଥିବା ଏକ କ୍ଷୁଦ୍ର ଗୋଷ୍ଠୀ ଉପଲବ୍ଧ ଜଳର ଅତ୍ୟଧିକ ପରିମାଣ ସେମାନଙ୍କ ନିୟନ୍ତ୍ରଣରେ ରଖିଛନ୍ତି ,ଯାହା କେବଳ ବୃହତ୍‌ କୃଷି ପାଇଁ ଲାଭ ହେଉଛି।

ଜଳ ବଜାର ମଧ୍ୟ ପରିବେଶକୁ କ୍ଷତି କରିପାରେ। ଚିଲିରେ ଜଳକୁ କୃଷିରେ ବ୍ୟବହାର କରିବା ଦ୍ୱାରା ନଦୀ ଓ ଅର୍ଦ୍ରଭୂମିର ପରିସଂସ୍ଥାର କ୍ଷତି ଘଟୁଛି। ଅଷ୍ଟ୍ରେଲିଆରେ ଅତ୍ୟଧିକ ଜଳ ଉତ୍ତୋଳନ ଯୋଗୁ ଗମ୍ଭୀର ପରିବେଶଗତ କ୍ଷତି ହୋଇଛି। ସେଠାରେ ନଦୀର ପରିସଂସ୍ଥା ଭୁଶୁଡ଼ିପଡ଼ିବା ସହ ଭୂପୃଷ୍ଠ ଏବଂ ଭୂତଳ ଜଳ ଉତ୍ସ ହ୍ରାସପାଇବା ହେତୁ ଜୈବ ବିବିଧତା ପ୍ରତି ବିପଦ ସୃଷ୍ଟି ହୋଇଛି। କାଲିଫର୍ନିଆ ବି ସମାନ ଆହ୍ବାନର ସମ୍ମୁଖୀନ ହୋଇଛି। ଜଳ ବ୍ୟବସାୟ କେତେକ ଅଞ୍ଚଳରେ ଯୋଗାଣ ଓ ଚାହିଦାରେ ସମନ୍ବୟ ଆଣିବାରେ ସାହାଯ୍ୟ କରିଥିଲେ ମଧ୍ୟ ଏହା ଅଧିକ ଅସମାନତା ସାମ୍ନାକୁ ଆଣିଛି। ସେଣ୍ଟ୍ରାଲ ଭ୍ୟାଲିର କ୍ଷୁଦ୍ର ଚାଷୀମାନେ ପାଣି ପାଇଁ ସଂଘର୍ଷ କରିବାକୁ ପଡ଼ୁଥିବାବେଳେ ସହରର ଗରିବ ସମୁଦାୟ ଜଳ ପାଇଁ ଅଧିକ ମୂଲ୍ୟ ଦେଉଛନ୍ତି। ମରୁଡ଼ି ସମୟରେ ଏହା ଦୁର୍ବଳ ବର୍ଗଙ୍କୁ ଅଣଦେଖା କରିଛି।

ଭବିଷ୍ୟତରେ ଲାଭ ପାଇଁ ଗଚ୍ଛିତ କରାଯାଉଥିବା ଜଳ ମଧ୍ୟ ଏକ ବଡ଼ ସମସ୍ୟା। କାଲିଫର୍ନିଆରେ କେତେକ ସଂସ୍ଥା ବଜାରକୁ ଜଳ ଛାଡ଼ୁନାହାନ୍ତି। ସେମାନେ ମୂଲ୍ୟ ବୃଦ୍ଧି ପାଇଁ ଅପେକ୍ଷା କରିଛନ୍ତି। ଏହା ସ୍ଥାନୀୟ ଅଞ୍ଚଳରେ ଜଳାଭାବ ସୃଷ୍ଟି କରିଥିବାବେଳେ ଜଳ ସଙ୍କଟ ଅଞ୍ଚଳରେ ଜଳର ମୂଲ୍ୟ ବୃଦ୍ଧି କରିଛି। ତେବେ ଜଳ ବଜାରରେ ଥିବା ନିଷ୍ପକ୍ଷତା ଓ ନ୍ୟାୟ କ୍ଷେତ୍ରରେ ଥିବା ବଡ଼ ସମସ୍ୟା ଉପରେ ବିଚାର କରିବାକୁ ହେବ। ଧନୀ ସଂସ୍ଥାଗୁଡ଼ିକ ଜଳ ଅଧିକାର କ୍ରୟ କରିବାକୁ ସକ୍ଷମହେବା ଏକଚାଟିଆ ଜଳ ବଜାରକୁ ଦର୍ଶାଉଛି। ଚିଲିରେ ଏହା ଏକ ସ୍ଥାୟୀ ସମସ୍ୟା ଓ ସେଠାରେ ବୃହତ୍‌ କୃଷି ବ୍ୟବସାୟ ଏବଂ ଖଣି କମ୍ପାନୀଗୁଡ଼ିକ ବିଶେଷକରି ମରୁଡ଼ିପ୍ରବଣ ଅଞ୍ଚଳରେ ଜଳ ବଜାରକୁୁ ନିୟନ୍ତ୍ରଣରେ ରଖିଛନ୍ତି। ଅନ୍ୟ ଏକ ଆହ୍ବାନ ହେଉଛି, ବହୁ ସମୟରେ ଜଳ ବଜାରଗୁଡ଼ିକ ସହିତ ପାରମ୍ପରିକ ଜଳ ଅଧିକାରର ବିବାଦ ଉପୁଜି ନ୍ୟାୟିକ ଓ ସାମାଜିକ ସଂଘର୍ଷର ରୂପ ନେଉଛି। ଚିଲିରେ ଜଳ ବ୍ୟବହାର ଅଧିକାରର ବ୍ୟବସାୟୀକରଣ କରାଯିବା ସହ ତାହାକୁ ବୃହତ୍‌ ସଂସ୍ଥାଗୁଡ଼ିକୁ ବିକ୍ରି କରିଦିଆଯାଇଛି। ଫଳରେ ଆଦିବାସୀଙ୍କ ସମେତ ଯେଉଁମାନେ ପୂର୍ବରୁ ଜଳ ଅଧିକାର ପାଇଥିଲେ ସେମାନଙ୍କୁ ବିସ୍ଥାପିତ ହେବାକୁ ପଡ଼ିଛିି । ଏହା ବାସ୍ତବରେ ଅନ୍ୟାୟ। ଅନେକ ଗୋଷ୍ଠୀ ଜଳକୁ ସରକାରୀ ସମ୍ପତ୍ତି ଭାବେ ଦେଖୁଥିବାବେଳେ ଏହାର ବ୍ୟବସାୟୀକରଣକୁ ନେଇ ମୌଳିକ ପ୍ରଶ୍ନ ଉଠିଛି।

ଦେଖିବାକୁ ଗଲେ ଜଳ ବଜାରର କାର୍ଯ୍ୟକାରିତା ଯୋଗୁ ସୀମାପାର ଜଳ ବିବାଦ ବଢୁଛି। ହେଲେ ଜଳ ବଜାରର ପ୍ରତିଶ୍ରୁତି ସମ୍ଭାବ୍ୟ ଜଳ ସଙ୍କଟ ଦୂରକରିବା ସହ ସଂରକ୍ଷଣ ଦକ୍ଷତାକୁ ଉତ୍ସାହିତ କରୁଛି। କିନ୍ତୁ ନିରପେକ୍ଷତା ଏବଂ ପରିବେଶ ସ୍ଥିରତା ଉପରେ ଯେଉଁ ବିପଦ ସୃଷ୍ଟି ହେଉଛି ତାହାକୁ ଅଣଦେଖା କରାଯାଇପାରିବ ନାହିଁ । ଚିଲି, ଅଷ୍ଟ୍ରେଲିଆ ଏବଂ କାଲିଫର୍ନିଆର ବଜାରଭିତ୍ତିକ ଜଳ ପରିଚାଳନା ମୂଲ୍ୟବାନ୍‌ ଶିକ୍ଷା ପ୍ରଦାନକରେ। ସେଠାରେ ଜଳକୁ ଏକ ଦ୍ରବ୍ୟ ଭାବରେ ବ୍ୟବହାର କରାଯିବାବେଳେ ଏକଚାଟିଆ ଅଧିକାର, ଅଧିକ ଲାଭ ପାଇଁ ଜଳ ଗଚ୍ଛିତ କରିବା ଯୋଗୁ କ୍ଷତି ଘଟୁଛି ଏବଂ ପରିବେଶର ଅବନତି ହେଉଛି।

ଏହାର ସମାଧାନ କରିବା ଲାଗି ଏକ ସମନ୍ବିତ ଆଭିମୁଖ୍ୟ ଗ୍ରହଣ କରିବା ଦରକାର। ଜଳର ନ୍ୟାୟପୂର୍ଣ୍ଣ ଉପଲବ୍ଧତା, କମ୍‌ ସଂସ୍ଥା ହାତରେ ଅଧିକ ଜଳ ଅଧିକାର ଯେଭଳି ନ ରହେ ତାହା ନିଶ୍ଚିତ କରିବା ସହ ପରିସଂସ୍ଥାର ସୁରକ୍ଷା ପାଇଁ ଜଳ ବଜାରକୁ ସତର୍କତାର ସହ ସଞ୍ଚାଳନ କରିବାକୁ ହେବ। ବଜାର ପ୍ରକ୍ରିୟା ସହ ଦୃଢ଼ ଦୃଷ୍ଟିକୋଣ ଏବଂ କମ୍ୟୁନିଟି ପରିଚାଳନାକୁ ଏକାଠି କରିପାରୁଥିବା ଏକ ବ୍ୟବସ୍ଥା ଅଧିକ ନିଷ୍ପକ୍ଷ ଏବଂ ପରିବେଶ ଉପଯୋଗୀ ସମାଧାନ ଆଣିପାରିବ। ସରକାରଗୁଡ଼ିକ ମଧ୍ୟ ଦୁର୍ବଳ ତଥା ବିପଦରେ ଥିବା ସମୁଦାୟର ଅଧିକାରକୁ ବଜାୟ ରଖିବା ଉଚିତ। ଏହା ସହ ଜଳକୁ ବ୍ୟବସାୟିକ ସାମଗ୍ରୀ ନୁହେଁ, ବରଂ ଏକ ସାର୍ବଜନୀନ ସଂସାଧନ ଭାବେ ସ୍ବୀକୃତି ଦେବା ଦରକାର।

(ଏଡୁଆର୍ଡୋ ଆରାରଲ)ଆସୋସିଏଟ ପ୍ରଫେସର, ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଓ୍ବାଟର ପଲିସି, ନ୍ୟାଶନାଲ
ୟୁନିଭର୍ସିଟି ଅଫ୍‌ ସିଙ୍ଗାପୋର


Enter your email to get our daily news in your inbox.

All Right Reserved By Dharitri.Com

କୃତ୍ରିମ ପୁଷ୍ଟିସାର ସଂଶ୍ଳେଷଣ ପାଇଁ ନୋବେଲ୍‌

ବର୍ଷ ରସାୟନ ବିଜ୍ଞାନରେ ନୋବେଲ୍‌ ପୁରସ୍କାର ଲାଭ କରିଥିବା ଡେଭିଡ୍‌ ବେକର, ଯୁକ୍ତରାଷ୍ଟ୍ର ଆମେରିକାର ବର୍କଲେସ୍ଥିତ କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ପ୍ରଫେସର ଭାବେ କାର୍ଯ୍ୟରତ ଥିବାବେଳେ, ଇଂରେଜ...

ଭୟ

ସଂସାରରେ ବୋଧହୁଏ ଏମିତି କେହି ନାହିଁ, ଯିଏ ସମ୍ପୂର୍ଣ୍ଣ ରୂପେ ଭୟଶୂନ୍ୟ ହୋଇ ଜୀବନ ଧାରଣ କରେ। କେହି ହୁଏତ ନିଜକୁ ଭୟଶୂନ୍ୟ ବୋଲି ଦାବି...

ଏଇ ଭାରତରେ

ମୌସୁମୀ କାପାଡ଼ିଆଙ୍କ ସାହସିକ ଯାତ୍ରା ଅନ୍ୟମାନଙ୍କ ପାଇଁ ଏକ ପ୍ରେରଣାଦାୟୀ କାହାଣୀ। ରିଜିଡ୍‌ ସ୍ପାଇନ ମସ୍କୁଲାର ଡିସ୍‌ଟ୍ରୋଫି( ଆର୍‌ଏସ୍‌ଏମ୍‌ଡି) ରୋଗରେ ପୀଡ଼ିତ ତାଙ୍କ ବଡ଼ ପୁଅ...

ଦରିଦ୍ରଙ୍କୁ ଦୁରାଚାରରୁ ମୁକ୍ତି

ବୃହସ୍ପତି ସାମଲ ଶନାଲ କ୍ରାଇମ୍‌ ରେକଡର୍‌ସ ବ୍ୟୁରୋର ୨୦୨୧ ତଥ୍ୟାନୁଯାୟୀ ଭାରତରେ ଘଟୁଥିବା ମୋଟ ଅପରାଧରୁ ୨୮% ଦାରିଦ୍ର୍ୟ ସହ ଜଡ଼ିତ। ୟୁନାଇଟେଡ୍‌ ନେସନ୍ସ ଅଫିସ...

ଶାଶ୍ୱତ ସୁଖର ଚଲାପଥ

ଯଚିଦାନନ୍ଦ ଦାଶ ପାଠକେ, ଆପଣ ଦେଖିଥିବେ, ଅଧିକାଂଶ ଧନୀ ଓ କୋଟିପତି ବ୍ୟକ୍ତିମାନେ ସବୁ ସମୟରେ ବ୍ୟସ୍ତତା ଓ ଚିନ୍ତିତ ଅବସ୍ଥାରେ ସମୟ ଅତିବାହିତ କରିଥାନ୍ତି।...

ଅଥର୍ବ ବେଦ ଓ ଋଷି ପିପ୍ପଳାଦ

ଅଥର୍ବ ବେଦର ସ୍ତୋତ୍ରଗୁଡ଼ିକରେ ସହାୟତା ଓ ଚିକିତ୍ସା ସମ୍ପର୍କିତ ମନ୍ତ୍ର ରହିଛି। ଏପରିକି ଏଥିରେ କ୍ଷତି କରୁଥିବା ମନ୍ତ୍ର ମଧ୍ୟ ରହିଛି। ଏହାକୁ ଯେଉଁ ଋଷି...

ବୃହତ୍ତମ ସୁପରମୁନ୍‌ ଓ ଜନମତ

ଅକ୍ଟୋବର ୧୭ ତାରିଖ, ଗୁରୁବାର। ୨୦୨୪ମସିହାର ୨୯୧ତମ ଦିନ ଓ ୪୨ତମ ସପ୍ତାହର ୪୨ତମ ଗୁରୁବାର। ସେଦିନ ପଡୁଛି ପୂର୍ଣ୍ଣିମା, କିନ୍ତୁ ଏବର୍ଷର ନିଆରା ପୂର୍ଣ୍ଣିମା।...

ଆଇନଗତ ଦ୍ୱନ୍ଦ୍ୱରେ ଶିଶୁ

କିଶୋର/କିଶୋରୀମାନେ ଅପରାଧରେ ସାମିଲ ହେବାର ଅନେକ ଉଦାହରଣ ଏବେ ଲୋକଲୋଚନକୁ ଆସୁଛି। ତେବେ ଏହି ନାବାଳକ/ନାବାଳିକାମାନେ ପେସାଦାର ଅପରଧୀ। ଏମାନଙ୍କ ଅପରାଧର ପୃଷ୍ଠଭୂମି ଅଛି ନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri