Categories: ଜାତୀୟ

‘ମାନବାଧିକାର ରିପୋର୍ଟରେ ସତ୍ୟତା ନାହିଁ’

କୋଲକାତା,୨୮।୭: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରବର୍ତ୍ତୀ ହିଂସା ଉପରେ କାଲକୁତା ହାଇକୋର୍ଟଙ୍କୁ ରିପୋର୍ଟ ଦେଇଥିଲା ଜାତୀୟ ମାନବ ଅଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି)। ସେହି ରିପୋର୍ଟରେ କୌଣସି ସତ୍ୟତା ନାହିଁ ବୋଲି କହି ଦେଇଛି ମମତା ବାନାର୍ଜୀଙ୍କ ସରକାର।

ମାନାବଧିକାର ରିପୋର୍ଟରେ କୌଣସି ପ୍ରକାର ସତ୍ୟତା ନ ଥିବା ରାଜ୍ୟ ସରକାର ଏକ ୯୫ ପୃଷ୍ଠାର ଆଫିଡେଭିଟ୍‌ରେ ଦର୍ଶାଇଛନ୍ତି। ଭାଜପା ସହ ସିଧାସଳଖ ଲିଙ୍କ୍‌ରେ ଅଛନ୍ତି ଏନ୍‌ଏଚ୍‌ଆର୍‌ସି ପ୍ୟାନେଲର କିଛି ସଦସ୍ୟ। ଏଣୁ ଏଥିରେ ରାଜ୍ୟ ସରକାରଙ୍କ କ୍ଷେତ୍ରରେ ପକ୍ଷପାତିତା କରାଯାଇଛି।

ଏଥିରେ ପ୍ୟାନେଲର ୩ ଜଣ ସଦସ୍ୟଙ୍କ ନାମ ଉଲ୍ଲେଖ କରାଯାଇଛି। ରାଜୀବ ଜୈନ ଜଣେ ପୂର୍ବତନ ଇଣ୍ଟେଲିଜେନ୍ସ ବ୍ୟୁରୋ ଅଧିକାରୀ। ଅତିଫ୍‌ ରାଶିଦ ହେଉଛନ୍ତି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ର ପୂର୍ବତନ ସଭାପତି। ଦିଲ୍ଲୀରେ ଭାଜପାର ଅଳ୍ପ ସଂଖ୍ୟକ ମୋର୍ଚ୍ଚାର ସଭାପତି ଦାୟିତ୍ୱରେ ମଧ୍ୟ ଅଛନ୍ତି। ଆଉ ସେହି ମୋର୍ଚ୍ଚର ମହିଳା ଓ୍ବିଙ୍ଗ୍‌ର ସଭାପତି ହେଉଛନ୍ତି ରାଜୁଲବେନ ଦେଶାଇ।

Share