ରାମ ମନ୍ଦିର ଉପରେ ବିବିସିର ରିପୋର୍ଟରେ ପକ୍ଷପାତିତା, ହିନ୍ଦୁମାନଙ୍କ ବିରୁଦ୍ଧରେ ଉତ୍ତେଜନା ସୃଷ୍ଟିକାରୀ ମନ୍ତବ୍ୟ…

ଲଣ୍ଡନ,୩।୨ : ଜଣେ ବ୍ରିଟିଶ ସାଂସଦ ନିଜ ଦେଶର ସରକାରୀ ଗଣମାଧ୍ୟମ ସଂଗଠନ ବିବିସିର ଅଯୋଧ୍ୟାରେ ରାମ ମନ୍ଦିରର ପ୍ରତିଷ୍ଠାକୁ ନେଇ କଭରେଜକୁ ସମାଲୋଚନା କରିଛନ୍ତି। କଞ୍ଜରବେଟିଭ ସାଂସଦ ବବ ବ୍ଲାକମ୍ୟାନ ହାଉସ ଅଫ କମନ୍ସ ଫ୍ଲୋରରେ କହିଛନ୍ତି ଗତ ସପ୍ତାହରେ ଭାରତର ଉତ୍ତରପ୍ରଦେଶର ପ୍ରଭୁ ଶ୍ରୀରାମଙ୍କ ଜନ୍ମସ୍ଥାନ ଅଯୋଧ୍ୟାରେ ରାମ ମନ୍ଦିରକୁ ପ୍ରତିଷ୍ଠା କରାଯାଇଥିଲା। ଏହା ସମଗ୍ର ବିଶ୍ୱରେ ହିନ୍ଦୁମାନଙ୍କୁ ବହୁତ ଖୁସି କରିଛି। ଦୁର୍ଭାଗ୍ୟର ବିଷୟ, ବିବିସି ରିପୋର୍ଟ କରିଛି ଏହା ଏକ ମସଜିଦର ଧ୍ୱଂସ ସ୍ଥାନ ଅଟେ। ଏହା ଭୁଲିଯିବା ଉଚିତ ନୁହେଁ ପୂର୍ବରୁ ଏହା ୨ ହଜାର ବର୍ଷରୁ ଅଧିକ ସମୟ ଧରି ଏକ ମନ୍ଦିର ହୋଇଥିଲା ଏବଂ ସହର ନିକଟରେ ଲାଗିଥିବା ଏକ ଏକର ଜମିକୁ ମୁସଲମାନମାନଙ୍କୁ ଆବଣ୍ଟନ କରାଯାଇଥିଲା। ଯେଉଁଠି ସେମାନେ ଏକ ମସଜିଦ ନିର୍ମାଣ କରିପାରିବେ। ।

ବ୍ରିଟିଶ ସାଂସଦ ବିବିସିର ନିରପେକ୍ଷତା ଏବଂ ସାରା ବିଶ୍ୱରେ କ’ଣ ଘଟୁଛି ତାହାର ଏକ ସଠିକ ରେକର୍ଡ ଯୋଗାଇବାରେ ବିଫଳତା ଉପରେ ଏକ ବିତର୍କ ପାଇଁ ଆହ୍ବାନ ଦେଇଛନ୍ତି। ହାଉସ ଅଫ କମନ୍ସ ନେତା ପେନି ମର୍ଡାଉଣ୍ଟ ପ୍ରତିକ୍ରିୟାରେ କହିଛନ୍ତି ବିବିସି ସମୀକ୍ଷାରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠିଛି। ଏହି ଘଟଣାରେ ଏକ ଅନଲାଇନ ଆର୍ଟିକିଲ ବିଷୟରେ ବିବିସି ପ୍ରତିକ୍ରିୟା ପ୍ରକାଶ କରି କହିଛି: କିଛି ପାଠକ ଅନୁଭବ କରିଛନ୍ତି ଏହି ଲେଖା ହିନ୍ଦୁମାନଙ୍କ ପ୍ରତି ପକ୍ଷପାତିତ ହୋଇଛି ଏବଂ ଏଥିରେ ଉତ୍ତେଜନା ସୃଷ୍ଟିକାରୀ ମନ୍ତବ୍ୟ ବ୍ୟବହାର କରାଯାଇଛି।

ଇନସାଇଟ ୟୁକେ ବିବିସି, ହାଉସ ଅଫ କମନ୍ସ ଏବଂ ହାଉସ ଅଫ ଲର୍ଡସକୁ ଏକ ଖୋଲା ଚିଠି ପ୍ରଦାନ କରି ବିବିସିର ହିନ୍ଦୁମାନଙ୍କ ବିରୁଦ୍ଧରେ ପକ୍ଷପାତିତାକୁ ସମାଲୋଚନା କରି କହିଛି ଜଣେ ମୁସଲମାନ ପ୍ରତ୍ନତତ୍ତ୍ୱବିତ କେ.କେ ମହମ୍ମଦ ମସଜିଦ ତଳେ ରାମ ମନ୍ଦିର ଆବିଷ୍କାର କରଥିଲେ। । ଗଣମାଧ୍ୟମ ସଂଗଠନ ଏହା ମଧ୍ୟ ଭୁଲି ଯାଇଛନ୍ତି ସୁପ୍ରିମକୋର୍ଟ ସମଗ୍ର ମାମଲାର ଶୁଣାଣି କରିବା ପରେ ସର୍ବସମ୍ମତି କ୍ରମେ ହିନ୍ଦୁମାନଙ୍କୁ ଜମି ଦେବାକୁ ନିଷ୍ପତ୍ତି ନେଇଥିଲେ।

Share