Categories: ବାଣିଜ୍ୟ

ରିଲାଏନ୍ସ ଜୁଏଲ୍ସର ‘ବିବାହମ୍‌’ କଲେକ୍ସନ

ନୂଆଦିଲ୍ଲୀ,୪।୬:  ଦେଶର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ରିଲାଏନ୍ସ ଜୁଏଲ୍ସର ବହୁ ପ୍ରତୀକ୍ଷିତ ‘ବିବାହମ୍‌’କଲେକ୍ସନର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଏହା ଏକ ଆକର୍ଷଣୀୟ ୱେଡିଂ ଜୁଏଲୋରି, ଯେଉଁଥିରେ ପ୍ରତ୍ୟେକ ନବବଧୂ ଏହି ସ୍ବତନ୍ତ୍ର ଦିବସରେ ଜଣେ ରାଣୀଙ୍କ ଭଳି ଅନୁଭବ କରିବେ। ଏପରିକି ଦେଶର ବିଭିନ୍ନ ଅଞ୍ଚଳରୁ ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ମଧ୍ୟରୁ ବିବାହମ୍‌ କଲେକ୍ସନ ୧୫ରୁ ଅଧିକ ଆକର୍ଷଣୀୟ ବ୍ରାଇଡାଲ୍‌ ଲୁକ୍‌ସ ପ୍ରଦାନ କରିଥାଏ। ସେହିଭଳି ଉକ୍ତ କଲେକ୍ସନରେ ବ୍ୟାପକ ଶ୍ରେଣୀର ଡିଜାଇନ ଯଥା ଚୋକର, ଲମ୍ବା ନେକ୍‌ଲେସ୍‌, ଚୁଡ଼ି, ରିଙ୍ଗ୍‌, ଇୟରିଂ, ଚୋକର ସେଟ୍‌, ମଙ୍ଗଳସୂତ୍ର, ମାଙ୍ଗଟିକା, ନଥଓ, ହାତଫୁଲ, ୱେଷ୍ଟବେଲ୍‌ଟ, ଆର୍ମବ୍ୟାଣ୍ଡ, ବ୍ରେସ୍‌ଲେଟ୍‌ ଭଳି ଆହୁରି ଅନେକ ସାମିଲ ରହିଛି।
ଏ ସମ୍ପର୍କରେ ରିଲାଏନ୍ସ ଜୁଏଲ୍ସର ସିଇଓ ସୁନୀଲ ନାୟକ କହିଛନ୍ତି, ଆମେ ବିଶ୍ୱାସକରୁ ଯେ ପ୍ରତ୍ୟେକ ନବବଧୂ ରାଣୀ ପରି ଅନୁଭବ କରିବା ଉଚିତ। ଏପରିକି ଆମର ନୂତନ କଲେକ୍ସନରେ ଭାରତର ନବବଧୂଙ୍କର ଅଭିଳାଷକୁ ପ୍ରଦର୍ଶିତ କରାଯାଇଛି, ଯାହାକି ତାଙ୍କୁ ଅତ୍ୟନ୍ତ ଆକର୍ଷଣୀୟ ଭାବେ ଉପସ୍ଥାପିତ କରିଥାଏ। ଆମେ ପ୍ରତି ଅଞ୍ଚଳର ସ୍ବତନ୍ତ୍ରତାକୁ ଧରି ରଖିବାକୁ ଚେଷ୍ଟା କରିଛୁ, ଯଦ୍ଦ୍ବାରା ନବବଧୂ ତାଙ୍କର ସଂସ୍କୃତିଗତ ପରିଚୟକୁ ଗ୍ରହଣ କରିପାରିବେ ଓ ନିଜକୁ ଏକ ସ୍ବତନ୍ତ୍ର ପରିପାଟୀରେ ଉପସ୍ଥାପିତ କରିପାରିବେ। ବିଶେଷ କରି ଆମର ପ୍ରତ୍ୟେକ ଗହଣା ଅତ୍ୟନ୍ତ ସୂକ୍ଷ୍ମ କାରିଗରି ସହିତ ପ୍ରସ୍ତୁତ କରାଯାଇଛି ଓ ଏହାର ସବିଶେଷ ଡିଜାଇନ ପ୍ରତି ସ୍ବତନ୍ତ୍ର ଧ୍ୟାନ ପ୍ରଦାନ କରାଯାଇଛି। ସେହିଭଳି ଆମେ ନବବଧୂମାନଙ୍କୁ ସମ୍ପୂର୍ଣ୍ଣ ବ୍ରାଇଡାଲ୍‌ ଲୁକ୍‌ ପ୍ରଦାନ କରୁଛୁ,ଯାହାଦ୍ୱାରା ସେମାନେ ସେମାନଙ୍କର ସ୍ବତନ୍ତ୍ର ଦିବସରେ ନିଜକୁ ଅତ୍ୟନ୍ତ ଆକର୍ଷଣୀୟ ଭାବରେ ଉପସ୍ଥାପିତ କରିପାରିବେ। ଅପରପକ୍ଷରେ ୱେଡିଂ ଶପିଂର ଆନନ୍ଦକୁ ପୁନଶ୍ଚ ବୃଦ୍ଧି କରିବା ପାଇଁ ରିଲାଏନ୍ସ ଜୁଏଳ୍ସ ଏକ ସୀମିତ ସମୟ ପାଇଁ ଆକର୍ଷଣୀୟ ରିହାତି ଓ ଅଫର ବ୍ରାଣ୍ଡ୍‌ର ଗହଣାଗୁଡ଼ିକ ଉପରେ ପ୍ରଦାନ କରାଯାଉଛି। ବିଶେଷକରି ଗ୍ରାହକମାନେ ସୁନାଗହଣାର ଗଢ଼ା ମଜୁରି ଉପରେ ଓ ଡାଏମଣ୍ଡ ଜୁଏଲେରି ମୂଲ୍ୟ ଉପରେ ୨୦% ପର୍ଯ୍ୟନ୍ତ ରିହାତି ପାଇପାରିବେ। ଏପରିକି ରିଲାଏନ୍ସ ଜୁଏଲ୍ସର ଗହଣାକୁ ସମ୍ପୂର୍ଣ୍ଣ ମୂଲ୍ୟରେ ବଦଳାଇବାର ଏକ ସୁଯୋଗ ସହ ଗ୍ରାହକମାନେ ରିୱାର୍ଡିଂ ଶପିଂ ଅନୁଭବ କରିପାରିବେ।

Share