ସିବିଆଇ କୋର୍ଟରେ ହାଜର ହେଲେ ବିବନ

ଭୁବନେଶ୍ୱର, ୨୨।୨(ବ୍ୟୁରୋ): ୧୯୯୯ ମସିହା ଜାନୁଆରୀ ୯ ତାରିଖରେ ସଂଗଠିତ ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣବଳାତ୍କାର ଘଟଣାରେ ସୋମବାର ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳଙ୍କୁ ସିବିଆଇ ସ୍ପେଶାଲ କୋର୍ଟରେ ହାଜର କରାଯାଇଛି । କଡ଼ା ସୁରକ୍ଷା ମଧ୍ୟରେ କମିଶନରେଟ ପୋଲିସ ବିବନକୁ ନେଇ ସିବିଆଇ ସ୍ପେଶାଲ କୋର୍ଟରେ ହାଜର କରିଛି।
ପ୍ରକାଶ ଯେ, ୧୯୯୯ ମସିହା ଜାନୁଆରୀ ୯ ତାରିଖରେ ବାରଙ୍ଗ ଥାନା ଅଞ୍ଚଳରେ ଏକ କାର ଭିତରେ ଗଣବଳାତ୍କାର ଘଟିଥିଲା । ଅଭିଯୁକ୍ତମାନେ ବେଲଗଛିଆ ମହଲା ଓ ଭାଲୁକା ଜଙ୍ଗଲରେ ଗଣବଳାତ୍କାର କରିଥିଲେ । ୩/୪ ଘଣ୍ଟା ଧରି ଅମାନୁଷିକ ଭାବେ ଜଘନ୍ୟ କାଣ୍ଡ ଘଟାଇଥିଲେ । ଗଣବଳାତ୍କାର ପରେ ଫେରାର ବିବନ ପୁଣେ ଆମ୍ବି ଭ୍ୟାଲିରେ ନିଜ ନାମ ବଦଳାଇ ରହୁଥିଲେ । ଜଳନ୍ଧର ସ୍ବାଇଁ ପରିଚୟ ଦେଇ ପାଇପ ମିସ୍ତ୍ରୀଭାବେ ସେ କାମ କରୁଥିଲା । ପରିଚୟପତ୍ର, ଆଧାରକାର୍ଡ ଓ ପାସବୁକ ଜଳନ୍ଧର ନାମରେ ଥିଲା । ୩ ମାସ ତଳେ ସାଇଲେଣ୍ଟ ଭାଇପର ଅଭିଯାନ କରୁଥିଲୁ । ଯାହା ସିବିଆଇ କରିପାରି ନ ଥିଲା ଆମେ ତାହା କରି ସଫଳ ହେଲୁ ବୋଲି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ବିବନକୁ ଗିରଫ କରିବା ଓଡ଼ିଶା ପୋଲିସ ପାଇଁ ବଡ଼ ସଫଳତା ବୋଲି ସିପି କହିଛନ୍ତି।

Share