ଡେମୋ ଦେଖାଇଲେ ବିବନ: ସିବିଆଇ ଆଗରେ ବଖାଣିଲେ ଘଟଣାକ୍ରମ

ବାରଙ୍ଗ,୫।୩(ଡି.ଏନ୍‌.ଏ.): ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ବାରଙ୍ଗ ନରଣପୁରର ବିବନ ବିଶ୍ୱାଳ ଶୁକ୍ରବାର ସକାଳେ ସିବିଆଇକୁ ଡେମୋ ଦେଖାଇଛନ୍ତି। ସିବିଆଇ ଆଖିରୁ ଖସି ଦୀର୍ଘ ୨୨ବର୍ଷ ଧରି ଫେରାର ଥିବା ବିବନଙ୍କୁ କମିଶନରେଟ ପୋଲିସ ଗତ୨୧ତାରିଖରେ ମହାରାଷ୍ଟ୍ର ଆମ୍ବିଭ୍ୟାଲିରୁ ଗିରଫ କରିଥିଲା। ତେବେ ସିବିଆଇ ବିବନଙ୍କୁ ଦୁଇଦିନିଆ ରିମାଣ୍ଡରରେ ଆଣିଥିବାବେଳେ ଶୁକ୍ରବାର ହେଉଛି ଶେଷଦିନ। ତେଣୁ ସକାଳେ ବିବନଙ୍କୁ ସାଙ୍ଗରେ ଧରି ସିବିଆଇ ବାରଙ୍ଗ ଥାନାରେ ପହଁଚିଥିଲା। ବାରଙ୍ଗ ପୋଲିସ ସହାୟତାରେ ତାଙ୍କୁ ସାଙ୍ଗରେ ନେଇ ୧୯୯୯ ଜାନୁୟାରୀ ୯ ତାରିଖ ରାତିରେ ଘଟିଥିବା ଘଟଣାସ୍ଥଳ ନୟାପାଟଣା ଗ୍ରାମମୁଣ୍ଡ ଜଙ୍ଗଲକୁ ଯାଇଥିଲେ। ସେଠାରେ ସେ ସିବିଆଇକୁ ଡେମୋ ଦେଖାଇବା ସହ ଘଟଣାକ୍ରମକୁ ବଖାଣିଥିଲା। ଏହାପରେ ବାରଙ୍ଗଥାନାକୁ ବିବନଙ୍କୁ ଆଣି ସିବିଆଇ କିଛିସମୟ ପଚରାଉଚରା କରିବା ପରେ ସାଙ୍ଗରେ ନେଇ ଫେରିଛନ୍ତି।

Share