ଝାରପଡ଼ା ଜେଲରେ ହେବ ବିବନଙ୍କ ଟିଆଇ ପରେଡ୍‌

ଭୁବନେଶ୍ୱର,୨।୩(ବ୍ୟୁରୋ):ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣବଳାତ୍କାର ମାମଲାରେ ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳକୁ ପଚରାଉଚରା କରିବ ସିବିଆଇ। ସୋମବାର ସିବିଆଇର ଏକ ଉଚ୍ଚସ୍ତରୀୟ ଟିମ୍‌ ପୋଲିସ କମିଶନର ଡ. ସୁଧାଂଶୁ ଷଡ଼ଙ୍ଗୀଙ୍କୁ ଭେଟି ଆଲୋଚନା କରିଛନ୍ତି। ଏହାସହ ଝାରପଡ଼ା ଜେଲରେ ବିବନଙ୍କ ଟି.ଆଇ ପରେଡ୍‌ କରାଯିବ ବୋଲି ଜଣାପଡ଼ିଛି। ଏନେଇ ମଙ୍ଗଳବାର କୋର୍ଟରେ ଆବେଦନ କରିବାକୁ ସିବିଆଇ ପ୍ରସ୍ତୁତି ଆରମ୍ଭ କରିଥିବା ସିବିଆଇର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।
ବିବନଙ୍କୁ କମିଶନରେଟ୍‌ ପୋଲିସ କେମିତି ଗିରଫ କଲା, ତାଙ୍କ ସମ୍ପର୍କରେ କେମିତି ଜାଣିଲେ, ସାକ୍ଷୀପ୍ରମାଣ ତଥ୍ୟକୁ କିପରି ସୁରକ୍ଷିତ ଭାବେ ଉପସ୍ଥାପନ କରାଯିବ ଓ ପରବର୍ତ୍ତୀ ତଦନ୍ତ ସମ୍ପର୍କରେ ସିବିଆଇ ଟିମ୍‌ର ୨ ଅଧିକାରୀ ଓ ଆଇନଜୀବୀ ପହଞ୍ଚତ୍ ପୋଲିସ କମିଶନରଙ୍କ ସହ ଏମିତି ଅନେକ ପ୍ରସଙ୍ଗରେ ଜାଣିବାକୁ ଚାହିଁଛନ୍ତି। ଏହାସହ ଘଟଣାର ତଦନ୍ତ ପାଇଁ କମିଶନରେଟ୍‌ ପୋଲିସ ସିବିଆଇକୁ ସମସ୍ତ ସହଯୋଗ କରିବ ବୋଲି କମିଶନର ଷଡ଼ଙ୍ଗୀ ସୂଚନା ଦେଇଛନ୍ତି। ପୂର୍ବରୁ ମଧ୍ୟ ପୋଲିସ କମିଶନରଙ୍କୁ ସିବିଆଇର ଏକ ୨ଜଣିଆ ସିବିଆଇ ଟିମ୍‌ ଭେଟି ଆଲୋଚନା କରିଥିଲେ।
ଅନ୍ୟପକ୍ଷରେ ଗିରଫ ବିବନ ବିଶ୍ୱାଳ ଏବେ ଝାରପଡ଼ା ଜେଲରେ ରହିଛନ୍ତି। ସେ ଗିରଫ ହେବା ପରେ ସିବିଆଇ ଅଞ୍ଜନା ମିଶ୍ର ବଳାକତ୍ାର ମାମଲା ଫାଇଲକୁ ରି-ଓପନ କରି ଦସ୍ତାବିଜ୍‌ ସଂଗ୍ରହ କରିବାରେ ଲାଗିପଡ଼ିଛି। ଝାରପଡ଼ା ଜେଲରେ ବିବନଙ୍କ ପାଇଁ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଛି। ୩ଟି ପର୍ଯ୍ୟାୟରେ ୩ଜଣ ସୁରକ୍ଷାକର୍ମୀ ଜଗି ରହିଛନ୍ତି। ମାନସିକ ଚାପଗ୍ରସ୍ତ ହୋଇ ଯେପରି ସେ କୌଣସି ପଦକ୍ଷେପ ନ ନିଅନ୍ତି, ସେନେଇ ଝାରପଡ଼ା ଜେଲ ପକ୍ଷରୁ କଡ଼ା ନଜର ରଖାଯାଇଥିବା ସୂଚନା ମିଳିଛି।

Share