ନିଜ ଖର୍ଚ୍ଚରେ ଗଛ ଲଗାଇ ସୁରକ୍ଷା ଦେଉଛନ୍ତି ବିଭୂତି

ନବରଙ୍ଗପୁର,୫।୬(ବି.ପ୍ର.): ଗଛର ଉପକାରିତାକୁ ହୃଦୟଙ୍ଗମ କରି ନିଜେ ବିଭିନ୍ନ ଗଛ ଲଗାଇବା ସହ ସେମାନଙ୍କୁ ସୁରକ୍ଷା ଦେଉଛନ୍ତି ସାମାଜିକ କର୍ମୀ ବିଭୂତି ପ୍ରସାଦ ପଣ୍ଡା। ଏହି କାମରେ ସହଯୋଗ କରନ୍ତି ସ୍ତ୍ରୀ ସୁନୀତା ଶତପଥୀ। ବିଭୂତିଙ୍କ ଉଦ୍ୟମରେ ଅନେକ ଛୋଟ ଛୋଟ ଜଙ୍ଗଲ ସୃଷ୍ଟି ହୋଇପାରିଛି। ଦୀର୍ଘ ୬ ବର୍ଷ ମଧ୍ୟରେ ୪୦ରୁ ଊର୍ଦ୍ଧ୍ୱ ବର ଓ ଅଶ୍ୱତ୍ଥ ଗଛ ଲଗାଇଛନ୍ତି। ରାସ୍ତା ଘାଟ, ଶ୍ମଶାନ ଓ ମନ୍ଦିର ପରିସରରେ ଗଛ ଲଗାଇ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ବିଭୂତି।
ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡିରେ ଏକ ଖୋଲା ସ୍ଥାନରେ ଶିରିଡ଼ି ସାଇ ମନ୍ଦିର ପ୍ରତିଷ୍ଠା କରାଗଲା। ମନ୍ଦିରର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିବାକୁ ଗଛ ଲଗାଇବାକୁ ଚାହିଁଲେ ବିଭୂତି। ମନ୍ଦିର ପରିସର ଓ ରାସ୍ତାର ଦୁଇ ପାର୍ଶ୍ୱରେ ତୁଳସୀ, ରୁଦ୍ରାକ୍ଷ, ଗୁଆ, ସପେଟା, ଡାଳଚିନି, ତେଜପତ୍ର, ଲିମ୍ବ, ଚମ୍ପା, ଡାଳିମ୍ବ, ତେଜପତ୍ର, ପାନପାତ୍ର, ସଜନା, ଗମ୍ଭାରୀ, ପିଜୁଳି, ନଡ଼ିଆ, ବିଭିନ୍ନ ପ୍ରକାର ଗୋଲାପ, ଶାଗୁଆନ, ଟଗର, ମାଳତୀ, ହେନା, ଅଶ୍ୱଗନ୍ଧା ଓ ସର୍ପଗନ୍ଧା ଭଳି ଅନେକ ଔଷଧୀୟ ବୃକ୍ଷ ଲଗାଇଲେ। ସେମାନଙ୍କ ସେବା ଯତ୍ନର ଦାୟିତ୍ୱ ମଧ୍ୟ ନେଉଥିଲେ ବିଭୂତି। ସେହିଭଳି ୪୦ ସ୍ଥାନରେ ରାସ୍ତାକଡ଼, ଛକ ଓ ଶ୍ମଶାନକୁ ସଂଯୋଗ କରୁଥିବା ରାସ୍ତା ଓ ପରିସର ମଧ୍ୟରେ ଗଛ ଲଗାଯାଇଛି। ଗଛଗୁଡ଼ିକ ଫୁଲ ଫଳରେ ଭର୍ତ୍ତିହୋଇ ଶୋଭା ବର୍ଦ୍ଧନ କରୁଛି। ଫଳଗୁଡ଼ିକୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ବାଣ୍ଟି ଦିଆଯାଉଛି ବୋଲି ବିଭୂତି କହିଛନ୍ତି। ପାପଡ଼ାହାଣ୍ଡି, ଦଳେଇଗୁଡ଼ାର ଚାଷୀମାନଙ୍କ ସହ ଆଲୋଚନା ସରିଛି। ଜମି ହିଡ଼ରେ ଜୁନ୍‌ ମାସରେ ୩ ଶହ ଫଳ ଗଛ ଲଗାଯିବ ବୋଲି ସେ କହିଛନ୍ତି। ଅଣ ଜଳସେଚିତ ଜମିରେ ଖରିଫ ଋତୁରେ ଧାନ ଚାଷ ହେଉନାହିଁ। ଉକ୍ତ ସମୟରେ ଜମି ଖାଲି ରହୁଛି। ଏଥିପାଇଁ ଫଳଗଛ ଲଗାଯିବ। ଚାଷୀ ଫଳ ଉପଭୋଗ କରିବା ସହ ପରିବେଶ ମଧ୍ୟ ସବୁଜ ସୁନ୍ଦର ରହିବ। ଯେଉଁ ଗଛଗୁଡିକ ଲଗାଯିବ ସେଥିରେ ଜମି କିଭଳି ନଷ୍ଟ ହେବ ନାହିଁ ସେନେଇ ଉଦ୍ୟାନ କୃଷି ଅଧିକାରୀଙ୍କ ସହ ଆଲୋଚନା କରାଯାଇଛି। ପ୍ରତ୍ୟେକ ବ୍ୟକ୍ତି ବାର୍ଷିକ ୨ଟି ଗଛ ଲଗାନ୍ତୁ। ଘର ଭିତରେ ବିଭିନ୍ନ ଫଳ, ଫୁଲ ଓ ଔଷଧୀୟ ଚାରା ଲଗାନ୍ତୁ । ସ୍ଥାନର ଅଭାବ ଥିଲେ ଛାତ ଉପରେ କୁଡୁଆରେ ମଧ୍ୟ ତୁଳସୀ, ଫୁଲ ଓ ଫଳ ଗଛ ଲଗାଇ ପରିବେଶ ସୁରକ୍ଷା ଦିଗରେ ଦାୟିତ୍ୱ ତୁଲାଇପାରିବେ ବୋଲି ବିଭୂତି କହିଛନ୍ତି। ଆଜିର ଦିନରେ ପରିବେଶ ସୁରକ୍ଷା ହିଁ ସମସ୍ତଙ୍କ ମୂଳମନ୍ତ୍ର ହୋଇ ରହିବା ଆବଶ୍ୟକ। ଦିନକୁ ଦିନ ପରିବେଶ ବିଗିଡ଼ିବାରେ ଲାଗିଛି। ପ୍ରତ୍ୟେକ ବ୍ୟକ୍ତି ସଜାଗ ହେବାର ଆବଶ୍ୟକତା ଅଛି। ବୃକ୍ଷଲତା ମନୁଷ୍ୟ ଜୀବନ, ପଶୁ , ପକ୍ଷୀ ଓ କୀଟପତଙ୍ଗ ସମସ୍ତଙ୍କୁ ଉପାଦେୟତା ଯୋଗାଇ ଆସୁଛି। ପରିବେଶ ସୁରକ୍ଷା ହେଲେ ଆମେ ସୁସ୍ଥ ଜୀବନ ଯାପନ କରିପାରିବା । ଏନେଇ ବିଭିନ୍ନ ଚାରାରୋପଣ କରିବା ସହ ଅନ୍ୟକୁ ସଚେତନ କରିବା ପାଇଁ ପ୍ରୟାସ ଜାରି ରହିଛି ବୋଲି ବିଭୂତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁରେ ପାଣି ନାହିଁ ବୋଲି ମିଳୁନି ବୋହୂ

ନବରଙ୍ଗପୁର,୧୧।୪(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ସାନବାର୍ଲି ପଞ୍ଚାୟତ ଅଧୀନ ବଡ଼ବାର୍ଲି ଗଁାରେ ବର୍ଷ ବର୍ଷ ଧରି ଲାଗିରହିଛି ପାଣି ସମସ୍ୟା। ପ୍ରାୟ ୨...

ଲୋ-ଭୋଲଟେଜ, ବିଦ୍ୟୁତ୍‌ କାଟ ପ୍ରତିବାଦରେ ୨୭ ଘଣ୍ଟା ହେଲା ଧାରଣାରେ ଚାଷୀ

ନବରଙ୍ଗପୁର,୩୧।୩(ସଦାଶିବ ପ୍ରହରାଜ): ରାଜ୍ୟରେ ଜାରି ରହିଛି ହିଟଓ୍ବେଭ। କିଛି ଦିନ ହେଲା ତାପମାତ୍ରା ୪୨ ଡିଗ୍ରୀ ଉପରେ ରହୁଛି। ଅସମ୍ଭାଳ ତାତି ସାଙ୍ଗକୁ ଗୁଳୁଗୁଳିରେ ଲୋକେ...

ନବରଙ୍ଗପୁର ଓକିଲ ସଂଘ ନିର୍ବାଚନ: ସିରାଜ ସଭାପତି, ତପନ ସମ୍ପାଦକ

ନବରଙ୍ଗପୁର,୨୯।୩(ସଦାଶିବ ପ୍ରହରାଜ)- ନବରଙ୍ଗପୁର ଓକିଲ ସଂଘ ନିର୍ବାଚନର ଫଳାଫଳ ଘୋଷଣା କରାଯାଇଛି। ୨୦୨୫-୨୬ ବର୍ଷ ପାଇଁ ଅପ୍ରତିଦ୍ବନ୍ଦୀ ଭାବରେ ବିଜୟ ଲାଭ କରିଥିବା ପ୍ରାର୍ଥୀ ମାନଙ୍କ...

ରାସ୍ତା ତିଆରିକୁ ପୂରିନି ବର୍ଷେ, ଉଠିଗଲାଣି ପିଚୁ,ମେଟାଲ

ନବରଙ୍ଗପୁର,୨୯।୩(ସଦାଶିବ ପ୍ରହରାଜ): ଗ୍ରାମ୍ୟ ନିର୍ମାଣ ବିଭାଗ ଦ୍ୱାରା ତିଆରି ହୋଇଥିବା ପ୍ରଧାନମନ୍ତ୍ରୀ ସଡ଼କ କାମ ଅତି ନିମ୍ନମାନର ହୋଇଥିବା ନେଇ ଜିଲା ପରିଷଦ ବୈଠକରେ ସଭ୍ୟମାନେ...

ଏବେ ବି ବଞ୍ଚିଛି ଜାତିପ୍ରଥା: ଭୋଜି, ୩ ହଜାର ଟଙ୍କା ଦେଇ ଜାତିରେ ମିଶିଲେ ମହିଳା

ନବରଙ୍ଗପୁର,୨୬।୩(ସଦାଶିବ ପ୍ରହରାଜ):ନବରଙ୍ଗପୁରରେ ଏବେ ବି ବଞ୍ଚତ୍ରହିଛି ଜାତିପ୍ରଥା। ଅନ୍ୟତ୍ର ବିବାହ କରିବା ପରେ ଜାତିରୁ ବାହାର କରିଦିଆଯାଉଛି। ନିକଟରେ ନବରଙ୍ଗପୁର ପୂର୍ବତନ ଏମ୍‌ପି ପ୍ରଦୀପ ମାଝୀ...

ଚଳିତ ଶିକ୍ଷାବର୍ଷରୁ ଲାଗୁ ହେବ ଶିଶୁ ବାଟିକା: ଏପ୍ରିଲ ୨ରେ ପ୍ରବେଶ ଉତ୍ସବ

ଝରିଗାଁ,୨୧।୩(କିଶୋର ଚନ୍ଦ୍ର ମଣ୍ଡଳ): ଚଳିତ ଶିକ୍ଷାବର୍ଷରୁ ଲାଗୁ ହେବ ଶିଶୁ ବାଲ ବାଟିକା । ଏପ୍ରିଲ ୨ରେ ପ୍ରବେଶ ଉତ୍ସବ ଏବଂ ଖଡି ଛୁଆଁ ।...

ଓଲଟିଲା ବସ: ଜଣେ ମୃତ, ୧୦ ଆହତ

ନବରଙ୍ଗପର,୧୯।୩(ସଦାଶିବ ପ୍ରହରାଜ): ନବରଙ୍ଗପୁର ଥାନା ତାରାଗାଁ ଛକ ନିକଟରେ ଏକ ବସ୍‌ ଓଲଟି ପଡିଛି। ବସ ତଳେ ଚାପି ହେଇ ଜଣେ ଯାତ୍ରୀ ମୃତ୍ୟୁବରଣ କରିଥିବାବେଳେ...

ପ୍ରତିଶ୍ରୁତି ଦେଲେ ନୂଆ ବିଡ଼ିଓ: ସଶକ୍ତ ହେବେ ମହିଳା, ବ୍ଲକ ସଦରରେ ହେବ…

ଚନ୍ଦାହାଣ୍ଡି,୧୭।୩(ଦିଲୀପ ଦାସ ): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ପ୍ରେସ କ୍ଲବ ସଭାପତି ଦିଲୀପ କୁମାର ଦାସଙ୍କ ନେତୃତ୍ୱରେ ପ୍ରେସ କ୍ଳବର ସମସ୍ତ ସଦସ୍ୟ ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image