ଗ୍ରନ୍ଥାଗାରିକ: ଶ୍ରେଣୀଗୃହ ବିନା ଶିକ୍ଷକ

ନିରଞ୍ଜନ ମହାପାତ୍ର

ସମୟର ସୁଅ ସହିତ ଟେକ୍ନୋଲୋଜିର ଉନ୍ନତି ହୋଇଛି, ଯାହା ଦ୍ୱାରା ସମାଜରେ ଅନେକ ପରିବର୍ତ୍ତନ ଆସିଛି। ପରିବହନ, ଦକ୍ଷତା ଏବଂ ନିରାପତ୍ତାଠାରୁ ଆରମ୍ଭ କରି ଖାଦ୍ୟ ଏବଂ ସ୍ବାସ୍ଥ୍ୟସେବା, ସାମାଜିକୀକରଣ ଏବଂ ଉତ୍ପାଦକତା ପର୍ଯ୍ୟନ୍ତ ଟେକ୍ନୋଲୋଜି ଜୀବନର ସମସ୍ତ ଦିଗକୁ ପ୍ରଭାବିତ କରିଛି। ଇଣ୍ଟରନେଟ୍‌ର ଶକ୍ତି ଦ୍ୱାରା ସହଜରେ ବିଭିନ୍ନ ବିଚାର, ଗବେଷଣା ଏବଂ ସଂସାଧନଗୁଡ଼ିକୁ ସହଜରେ ବାଣ୍ଟିବା ବା ଆଦାନପ୍ରଦାନ କରିବା ପାଇଁ ବିଶ୍ୱସ୍ତରୀୟ ସମୁଦାୟ ସୃଷ୍ଟି କରିବାରେ ସକ୍ଷମ ହୋଇଛି। କିନ୍ତୁ ଏବେ ବି ମହତ୍ତ୍ୱ ଅଛି ପୁସ୍ତକର, ପୁସ୍ତକ ପଢ଼ିବାର ମହତ୍ତ୍ୱକୁ କେବେ ବି ଡିଜିଟାଲ ଟେକ୍ନୋଲୋଜି ଦ୍ୱାରା ବଦଳା ଯାଇ ପାରିବ ନାହିଁ। ପଢ଼ିବା ପାଇଁ ଉପଯୁକ୍ତ ପରିବେଶ, ଏକ ପାଠାଗାର ବ୍ୟତୀତ ଆଉ କ’ଣ ହେଇପାରେ! ପାଠାଗାର ହେଉଛି ଏକ ଅନୁଷ୍ଠାନର ହୃଦୟ ସଦୃଶ, ଯାହାକି ଏକ ଶିକ୍ଷା ବ୍ୟବସ୍ଥାର ଏକ ପ୍ରଧାନ ଅଙ୍ଗ। ପ୍ରତ୍ୟେକ ଶିକ୍ଷାନୁଷ୍ଠାନର ଶ୍ରେୟ ଏହାର ପାଠାଗାରର ସଂସାଧନ, ଭିତ୍ତିଭୂମି ଏବଂ କର୍ମଚାରୀମାନଙ୍କ ଉପରେ ନିର୍ଭର କରେ। ପାଠାଗାରକୁ ବିଭିନ୍ନ ଶବ୍ଦ ଯଥା ଗ୍ରନ୍ଥାଗାର, ଗ୍ରନ୍ଥାଳୟ, ଲାଇବ୍ରେରି ଆଦି ନାମରେ ସମସ୍ତେ ଜାଣନ୍ତି। ପାଠାଗାର ମଧ୍ୟରେ ଅତିବାହିତ ଯାହାର ଜୀବନ; କର୍ମସ୍ଥଳୀ ଯାହାର ପାଠାଗାର, ଯାହାର ମନ ପାଠାଗାରରେ ଲୀନ; ସେ କିଏ ସମସ୍ତେ ଜାଣନ୍ତି।
ଗ୍ରନ୍ଥାଗାରର ଗ୍ରନ୍ଥାଗାରିକ ବା ଲାଇବ୍ରେରିଆନ୍‌, ଯାହାକୁ କି ପାଠାଗାରର ସଂରକ୍ଷକ, ପରିଚାଳକ ଏବଂ ପାଠକଙ୍କ ଭବିଷ୍ୟତର ମାର୍ଗଦର୍ଶକ; କିନ୍ତୁ ସରକାରଙ୍କୁ ଲାଗୁଛି ବୋଧେ ଦରକାର ନାହିଁ ଗ୍ରନ୍ଥାଗାର ପାଇଁ ଗ୍ରନ୍ଥାଗାରିକ। ପାଠକଙ୍କୁ ମିଳୁନି ଆଶାନୁରୂପ ପାଠାଗାର ସେବା, ବିଦ୍ୟମାନ ପାଠାଗାରଗୁଡ଼ିକୁ ମିଳୁନି ତାଲିମପ୍ରାପ୍ତ ଗ୍ରନ୍ଥାଗାରିକର ସେବା। ଏହିପରି ଭାବରେ ଗ୍ରନ୍ଥାଗାର ସହ ଗ୍ରନ୍ଥାଗାରିକଙ୍କ ଅବସ୍ଥା, ସରକାରଙ୍କର ଦୃଷ୍ଟି ଆକର୍ଷଣ କରିପାରିଲେ ହୋଇପାରନ୍ତା କିଛି ବ୍ୟବସ୍ଥା।
ପ୍ରସିଦ୍ଧ ବ୍ରିଟିଶ୍‌ ଉପନ୍ୟାସିକ ନିଲ ଜି’ଆଇମାନ କହିଛନ୍ତି ଯେ, ଗୁଗଲ ଆପଣଙ୍କୁ ଏକ ଶହ ହଜାର ଉତ୍ତର ଖୋଜି ବାହାର କରିଦେଇପାରେ, କିନ୍ତୁ ଜଣେ ଗ୍ରନ୍ଥାଗାରିକ ବା ଲାଇବ୍ରେରିଆନ୍‌ ଆପଣଙ୍କୁ ସଠିକଟି ହିଁ ଦେଇପାରିବ। ୟୁନିଭର୍ସିଟି ଗ୍ରାଣ୍ଟ କମିଶନ (ୟୁଜିସି) ନିୟମ ଅନୁସାରେ ଲାଇବ୍ରେରିଆନ ପଦବୀକୁ ଶିକ୍ଷଣିକ (ଏକାଡେମିକ) ସ୍ତରର ପଦମାନଙ୍କ ସହ ତୁଳନା କରାଯାଇଛି। ବିଭିନ୍ନ ଅନୁସନ୍ଧାନ ବା ରିସର୍ଚ୍ଚ ସଂସ୍ଥାରେ ଲାଇବ୍ରେରିଆନ ପଦମାନଙ୍କୁ ସୂଚନା ଅଧିକାରୀ, ସୂଚନା ବୈଜ୍ଞାନିକ, ସୂଚନା ବିଜ୍ଞାନୀ ଆଦି ନାମରେ ନିଯୁକ୍ତି ମିଳୁଛି। ସାଧାରଣତଃ ବହୁ ଲୋକଙ୍କ ମନର ଭାବନା ଲାଇବ୍ରେରିଆନ୍‌ ଏକ କିରାଣି ସ୍ତରୀୟ ପଦ, ପ୍ରକୃତରେ ଲାଇବ୍ରେରିଆନ୍‌ମାନଙ୍କୁ ଯେତିକି ସମ୍ମାନ ମିଳିବା ଦରକାର ସେତିକି ମିଳୁନି। ଜଣେ ଲାଇବ୍ରେରିଆନର ଗୁରୁତ୍ୱ କ’ଣ, ଏହା କେବଳ ଜଣେ ଲାଇବ୍ରେରିକୁ ଭଲ ପାଉଥିବା, ଲାଇବ୍ରେରି ସହିତ ଜଡ଼ିତ ଥିବା ଏବଂ ଲାଇବ୍ରେରିକୁ ବ୍ୟବହାର କରୁଥିବା ଲୋକ ହିଁ ବୁଝିପାରିବ। ଲାଇବ୍ରେରିଆନ୍‌ କେବଳ ପାଠକଙ୍କୁ ପୁସ୍ତକ ଆଦାନ ପ୍ରଦାନ କରନ୍ତି ନାହିଁ, ଏହା ସହିତ ପାଠାଗାରରେ ଉପଯୁକ୍ତ ସଂସାଧନକୁ ଉପଯୁକ୍ତ ସମୟରେ ଉପଲବ୍ଧ କରାଇ ଉପଯୁକ୍ତ ବ୍ୟକ୍ତିଙ୍କୁ ସୂଚିତ କରିବା, ପାଠକଙ୍କ ମାନସିକ ଅଧ୍ୟୟନ, ପାଠକଙ୍କୁ ମାର୍ଗଦର୍ଶନ, ପୁସ୍ତକ ଏବଂ ଅନ୍ୟ ପଠନ ଉପଯୋଗୀ ସଂସାଧନର ଚୟନ, ପାଠାଗାର ଶୃଙ୍ଖଳା ଏବଂ ପରିଚାଳନା ଆଦି ଅନେକ କାର୍ଯ୍ୟଭାର ତୁଲାଇ ଥାଆନ୍ତି। ଏତଦ୍‌ ବ୍ୟତୀତ ପାଠାଗାରର ଟେକ୍ନିକାଲ କାର୍ଯ୍ୟ ଏପରିକି ସୂଚୀକରଣ, ବର୍ଗୀକରଣ, ଅନୁକ୍ରମଣ, ଅଟୋମେଶନ, ଡିଜିଟାଲାଇଜେସନ ଇତ୍ୟାଦି ଦାୟିତ୍ୱ ନିଭାଇଥାନ୍ତି। ଆମେରିକୀୟ ପାଣିପାଗ ଉପସ୍ଥାପକ ତଥା ରେଡିଓ/ ଟିଭି ବ୍ୟକ୍ତିତ୍ୱ ୱିଲାର୍ଡ ସ୍କଟ କହିଛନ୍ତି ଯେ, ଲାଇବ୍ରେରିଆନ୍‌ମାନେ ସର୍ବଦା ସର୍ବାଧିକ ଚିନ୍ତିତ ଏବଂ ସାହାଯ୍ୟକାରୀ ଲୋକମାନଙ୍କ ମଧ୍ୟରେ ରହିଆସିଛନ୍ତି। ସେମାନେ ଶ୍ରେଣୀଗୃହ ବିନା ଶିକ୍ଷକ ।
ଭାରତରେ ଲାଇବ୍ରେରି ବିକାଶର ନେତୃତ୍ୱ ନେଇଥିବା ପାଠାଗାର ବିଜ୍ଞାନ ବା ଲାଇବ୍ରେରି ସାଇନ୍ସର ଜାତୀୟ ପ୍ରଫେସର, ଶିକ୍ଷାବିତ୍‌ ଗଣିତଜ୍ଞ ତଥା ଜଣେ ମହାନ୍‌ ଗ୍ରନ୍ଥାଗାରିକ ଡକ୍ଟର ଏସ୍‌.ଆର. ରଙ୍ଗନାଥନ୍‌ଙ୍କ ସ୍ମୃତିରେ ଅଗଷ୍ଟ ୧୨ ତାରିଖକୁ ଜାତୀୟ ଗ୍ରନ୍ଥାଗାରିକ ଦିବସ ଭାବରେ ପାଳନ କରାଯାଏ। ଲାଇବ୍ରେରି ସାଇନ୍ସରେ ତାଙ୍କର ବହୁ ଅବଦାନ ପାଇଁ ରଙ୍ଗନାଥନ୍‌ଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା। ତାଙ୍କର ପୂରା ନାମ ଶିୟାଲି ରାମାମ୍ରିତ ରଙ୍ଗନାଥନ, ଯିଏକି ଭାରତରେ ପାଠାଗାର ବିଜ୍ଞାନ, ଡକ୍ୟୁମେଣ୍ଟେସନ ଏବଂ ସୂଚନା ବିଜ୍ଞାନର ଜନକ ଭାବରେ ପରିଗଣିତ ହୋଇଛନ୍ତି।
ମୋ: ୯୦୧୫୮୧୨୩୪୪


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ଶାନ୍ତି ପାଇଁ ଆଶା

ପୃଥିବୀ ଶାନ୍ତିମୟ ସେତେବେଳେ ହେବ, ଯେତେବେଳେ ପୃଥିବୀରେ ରହୁଥିବା ସବୁ ଲୋକ ଶାନ୍ତିରେ ରହିବେ। କେତେବେଳେ ଜଣେ ଖୁସି ହେବେ? ଯେତେବେଳେ ଲୋକେ ଉତ୍ତେଜନା ମୁକ୍ତ...

ପରିଧାନ ଓ ବ୍ୟକ୍ତିତ୍ୱ

ବର୍ଣ୍ଣାଡ ଶଙ୍କ ସମ୍ମାନାର୍ଥେ ଏକ ବ୍ରିଟିଶ୍‌ କ୍ଲବରେ ଭୋଜିର ଆୟୋଜନ କରାଯାଇଥାଏ। ସେହି କ୍ଲବରେ ପ୍ରବେଶକାରୀଙ୍କ ପାଇଁ ସୁଟ୍‌ ଓ ଟାଇ ପିନ୍ଧିବା ଏକ ବାଧ୍ୟତାମୂଳକ...

ଉଚିତ ପଦକ୍ଷେପ

ଅଭିନେତ୍ରୀ ତଥା ମଡେଲ କାଦମ୍ବରୀ ଜେଟ୍‌ୱାନୀଙ୍କ ଅନୁଚିତ ଗିରଫଦାରିକୁ ନେଇ ଆନ୍ଧ୍ରପ୍ରଦେଶର ତିନିଜଣ ବରିଷ୍ଠ ଆଇପିଏସ୍‌ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି। ଏହି ଘଟଣା କ୍ଷମତାର ଅପବ୍ୟବହାର...

ଏଇ ଭାରତରେ

ପେସାରେ ଶିକ୍ଷୟିତ୍ରୀ ହେଲେ ବି ଫୁଲଚାଷ ତାଙ୍କ ପାଇଁ ଆଣିଛି ସ୍ବତନ୍ତ୍ର ପରିଚୟ। କେରଳ ଥ୍ରିଶୂର ଜିଲା ବାସିନ୍ଦା ଲତିକା ସୁତାନ ବଗିଚାରେ ପଦ୍ମ ଓ...

ଅକାଳ ଜାତ ଶିଶୁ ଓ କଙ୍ଗାରୁ ଯତ୍ନ

ଶ୍ୱ ସ୍ବାସ୍ଥ୍ୟ ସଂସ୍ଥା ୨୦୨୦ ମସିହାରେ କରିଥିବା ଏକ ଆକଳନ ଅନୁସାରେ ପ୍ରତିବର୍ଷ ଗର୍ଭଧାରଣର ସାଧାରଣ ସମୟକାଳ, ଅର୍ଥାତ୍‌ ୩୭ ସପ୍ତାହ ସମ୍ପୂର୍ଣ୍ଣ ହେବା ପୂର୍ବରୁ...

ଆଧୁନିକ ଦାସତ୍ୱ

ଦାସତ୍ୱ କଥା ଆଲୋଚନା ହେଲେ ଆମେରିକା କଥା ମନକୁ ଆସେ। ଏହା ସହ ଆଫ୍ରିକାରେ ଅଭାବ, ଅନଟନରେ ଶଢ଼ୁଥିବା ମଣିଷକୁ କ୍ରୀତଦାସ ରୂପେ କ୍ରୟ, ବିକ୍ରୟ...

ମିଥେନ୍‌ ଚିନ୍ତା

ପୃଥିବୀର ଉତ୍ତର ଗୋଲାର୍ଦ୍ଧରେ ଗ୍ରୀଷ୍ମ ଶେଷ ହେବାକୁ ଯାଉଛି। ଏହି ସମୟରେ ଏଠାରେ ଅତ୍ୟଧିକ ତାପମାତ୍ରା ବୃଦ୍ଧି ରେକର୍ଡ କରାଯାଇଛି। ୨୦୨୩କୁ ଟପି ୨୦୨୪ ସବୁଠୁ...

ଏଇ ଭାରତରେ

ମହିଳା ସଶକ୍ତୀକରଣ ଓ ଆମତ୍ନିର୍ଭରଶୀଳର ବାର୍ତ୍ତା ଦେଇଛନ୍ତି ବୀଣା ଟମ୍‌। କେରଳର ମାରଙ୍ଗାଟ୍ଟୁପାଲିରେ ରହୁଥିବା ଏହି ୫୬ ବର୍ଷୀୟା ମହିଳା ଜଣକ ନିଜ ବଗିଚାରେ ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri