Categories: ଫୁରସତ

କୁନି ଝିଅର ଆଖି ଲାଖିଯିବା ପରି ସାଇକେଲ ଷ୍ଟଣ୍ଟ୍‌, ଭିଡିଓ ଦେଖିଲେ…

ଛୋଟ ପିଲାମାନେ କଣ୍ଢେଇ କିମ୍ବା ଖେଳନା ସହିତ ଖେଳିବାକୁ ବେଶି ପସନ୍ଦ କରନ୍ତି। ଯେଉଁଥିପାଇଁ ସେମାନେ ଖେଳନା କିଣିବା ପାଇଁ ବେଳେବେଳେ ମା-ବାପାଙ୍କୁ ବିରକ୍ତ ବି କରିଦିଅନ୍ତି। କିନ୍ତୁ ଯେତେବେଳେ ସେମାନେ କ୍ରୀଡ଼ାରେ ଦକ୍ଷତା ହାସଲ କରିଥାନ୍ତି ଅଭିଭାବକମାନେ ନିଶ୍ଚିତ ନିଜକୁ ଗର୍ବିତ ମନେ କରିଥାନ୍ତି। ଏବେ ସୋସିଆଲ ମିଡିଆରେ ସେମିତି ଜଣେ କୁନି ଝିଅର ଅସାଧାରଣ ପ୍ରତିଭା ଭାଇରାଲ ହେଉଛି। ଝିଅଟି ସାଇକେଲରେ ଏପରି ଷ୍ଟଣ୍ଟ ଦେଖାଉଛି, ଯାହା ଦେଖି ନିଜକୁ ଧନ୍ୟ ମନେ କରିଛନ୍ତି ମା-ବାପା।

@TansuYegen ନାମକ ଏକ ଟୁଇଟର ଆକାଉଣ୍ଟରେ ଭିଡିଓଟି ଶେୟାର କରାଯାଇଛି। ଏହି ଭିଡିରେ ଏକ କୁନି ଝିଅ ସାଇକେଲରେ ବିଭିନ୍ନ ପୋଜ୍‌ରେ ଷ୍ଟଣ୍ଟ୍‌ କରୁଥିବା ଦେଖିବାକୁ ମିଳିଛି। ବେଳେବେଳେ ଗଡୁଥିବା ସାଇକେଲ ଉପରୁ ତଳକୁ ଓହ୍ଲାଇ ପଡନ୍ତି ତ ଆଉ କେତେବେଳେ ଟାୟର ଉପରେ ଚଢ଼ିଯାଆନ୍ତି। ତାଙ୍କର ଏପରି କଳା କୌଶଳ ଦେଖି ଯେ କେହି ଆଶ୍ଚର୍ଯ୍ୟ ହେବେ। ସେ ସହଜରେ ଗୋଟିଏ ପେଡାଲ ଉପରେ ବି ଠିଆ ହୋଇପଡ଼ନ୍ତି। ପାଦରେ ଟାୟାରକୁ ବୁଲାଇଥାନ୍ତି।

ଏହି ଭିଡିଓ ବର୍ତ୍ତମାନ ପର୍ଯ୍ୟନ୍ତ ୩ ଲକ୍ଷ ୬୯ ହଜାରରୁ ଅଧିକ ଭ୍ୟୁ ପାଇଛି। ଅନେକ ୟୁଜର ନିଜ ନିଜର ମତାମତ ଦେଇଛନ୍ତି। ଜଣେ ୟୁଜର କହିଛନ୍ତି, କୀର୍ତ୍ତିମାନଠାରୁ ଅଧିକ, ଝିଅର ବାଲାନ୍ସକୁ ପ୍ରଶଂସା କରାଯିବା ଉଚିତ। ଏଥିସହିତ ଆଉ ଜଣେ କହିଛନ୍ତି, ଝିଅଟgି ହେଲମେଟ ପିନ୍ଧିନାହିଁ, ଯାହା ବିପଜ୍ଜନକ। କିନ୍ତୁ ତାଙ୍କ ଦକ୍ଷତା ଆଶ୍ଚର୍ଯ୍ୟଜନକ ଅଟେ। ଆଉ ଜଣେ କହିଛନ୍ତି, ଏତେ କମ୍‌ ବୟସରେ ସାଇକେଲ୍‌ରେ ଯଦି ଏତେ ଭାରସାମ୍ୟ ରକ୍ଷା କରୁଛନ୍ତି ତେବେ ଘୋଡ଼ା ଚଢ଼ାରେ ମଧ୍ୟ ଭଲ ପ୍ରଦର୍ଶନ କରିବେ।

Share