ଗଞ୍ଜାମ,୧୬ା୭(ଡି.ଏନ୍.ଏ.): ଗଞ୍ଜାମ ସହରଠାରୁ କିଛି ଦୂର ଠାକୁରାଣୀ ମନ୍ଦିର ନିକଟରେ ଥିବା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରୁ ଶନିବାର ପୂର୍ବତନ ସରପଞ୍ଚ ନିରଞ୍ଜନ ରେଡ୍ଡୀଙ୍କ ପୁଅ ସପ୍ତମ ଶ୍ରେଣୀର ଛାତ୍ର କେଦାରଙ୍କ ସାଇକେଲକୁ କେହି ଦୁର୍ବୃତ୍ତ ଚୋରି କରି ନେଇ ଯାଇଥିବା ଜଣାପଡ଼ିଛି। ସ୍କୁଲ ଛୁଟି ହେବା ପରେ କେଦାର ସାଇକେଲ ରଖିଥିବା ସ୍ଥାନକୁ ଯାଇ ଦେଖିଲା ବେଳକୁ ସେଠାରେ ସାଇକେଲ ନ ଥିବା ଜାଣି ପ୍ରଧାନଆଚାର୍ଯ୍ୟଙ୍କୁ ଅବଗତ କରାଇଥିଲେ। ପରେ ପ୍ରଧାନଆଚାର୍ଯ୍ୟ ଓ ପୂର୍ବତନ ସରପଞ୍ଚ ସ୍କୁଲରେ ଲାଗିଥିବା ସିସିଟିଭି ଯାଞ୍ଚ କରିବାରେ ସେମିତି କିଛି ଫଟୋ ଆସି ନ ଥିଲା। ମାଙ୍କଡ଼ ସିସିଟିଭିକୁ ଉପରକୁ ଉଠାଇ ଦେଇଥିବାରୁ ସାଇକେଲ ଚୋରିର ଫଟୋ ଉତ୍ତୋଳନ ହୋଇ ପାରିନାହିଁ। ପରେ ପ୍ରଧାନଆଚାର୍ଯ୍ୟ ଥାନାରେ ଲିଖିତ ଅଭିଯୋଗ କରିବାକୁ ପରାମର୍ଶ ଦେଇଛନ୍ତି।