ସାଇକେଲ ଚୋରି କରି ଜେଲ ଗଲେ

ଦିଗପହଣ୍ଡି,୨।୨ (ଡି.ଏନ.ଏ.)- ଗଞ୍ଜାମ ଜିଲାର ଦିଗପହଣ୍ଡି ଥାନା ଅନ୍ତର୍ଗତ ପଦ୍ମନାଭପୁର ଗ୍ରାମର ସଞ୍ଜୀବ କୁମାର ପଣ୍ଡା ନାମକ ଜଣେ ବ୍ୟକ୍ତିଙ୍କ ସାଇକେଲ ଚୋରି କରିବା ମାମଲାରେ ପୋଲିସ ଜଣଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଯୁବକଙ୍କ ନାମ ଭଗବାନ ପ୍ରଧାନ। ସେ ନୂଆଗାଁ ଥାନା ଅଧୀନ ଲାଲମେଣ୍ଟା ଲକ୍ଷ୍ମୀନାରାୟଣ ପୁରର ବସୀନ୍ଦା।

ଗତ ୨୮ ତାରିଖ ରାତିରେ ସଞ୍ଜୀବଙ୍କ ଘର ବାରଣ୍ଡାରୁ ସାଇକେଲଟି ଚୋରି ହୋଇଥିବା ନେଇ ଥାନାରେ ଏତଲା ହୋଇଥିଲା। ପୋଲିସ ସୋମବାର ରାତିରେ ଦିଗପହଣ୍ଡି ପୁଞ୍ଜିକୟାଁ ଛକଠାରେ ଚୋରି ସାଇକେଲ ସହ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରି ପଚରାଉଚରା କରିଥିଲା। ମଙ୍ଗଳବାର ଅଭିଯୁକ୍ତଙ୍କୁ ଦିଗପହଣ୍ଡି ଥାନା ମାମଲା ନଂ. ୨୫/୨୧ ପ୍ରକାରେ କୋର୍ଟ ଚାଲାଣ କରାଯିବା ପରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଦିଗପହଣ୍ଡି ସବ୍‌ ଜେଲ ହାଜତକୁ ପଠାଇ ଦିଆଯାଇଛି।

Share