ବଡ଼ ବଡ଼ ଗଛ କାଟିବା ପାଇଁ ଗୋଲାକାର କରତର ବ୍ୟବହାର କରାଯାଏ। ତେବେ ଏହି ଧାରୁଆ କରତକୁ ଜଣେ ବ୍ୟକ୍ତି ଅସମ୍ଭବଭାବେ ଏକ ଭିନ୍ନ ଉପାୟରେ ବ୍ୟବହାର କରିଛନ୍ତି। ଜାଣି ଆଶ୍ଚର୍ଯ୍ୟ ହେବେ ସେ ଏହି କରତକୁ ନିଜ ସାଇକେଲର ଚକଭାବେ ଲଗାଇଛନ୍ତି। ଯାହାଫଳରେ ଶୀତଦିନେ ବରଫ ପାଲଟି ଯାଇଥିବା ହ୍ରଦ ଉପରେ ସେ ଆରାମରେ ସାଇକେଲ ଚଳାଇପାରୁଛନ୍ତି। ଏଥିପାଇଁ ସେ ପ୍ରଥମେ ନିଜ ମାଉଣ୍ଟେନ୍ ସାଇକେଲ୍ର ଚକ ବାହାର କରିଥିଲେ। ଏକ ୨୬ ଇଞ୍ଚର ଗୋଲାକାର କରତର ମଝିରେ କଣା କରି ଚକ ଲାଗିବା ସ୍ଥାନରେ ସଂଯୋଗ କରିଥିଲେ। ଏହାର ପ୍ରଥମ ଟେଷ୍ଟ ସଫଳ ହୋଇ ନ ଥିଲା। ତେବେ ପରେ ଏହାର ତୀକ୍ଷ୍ଣ ଦାନ୍ତରେ ଛୋଟ ଛୋଟ ମେଟାଲ ପ୍ଲେଟ୍ ଲଗାଯାଇଥିଲା। ଯେମିତି କି ଏହା ବରଫକୁ ଅତି ଗଭୀରତାରୁ ନ କାଟି ତଥା ଗାତ ସୃଷ୍ଟି ନ କରି ଭଲରେ ବରଫରେ ଯାଇପାରିବ।