୫୦ ଲକ୍ଷ ଦିଅ ନହେଲେ ଜୀବନରୁ ମାରିଦେବି ବୋଲି ଦେଉଥିଲେ ଧମକ, ଅଭିଯୁକ୍ତଙ୍କୁ ବାନ୍ଧିଲା କଟକ ପୋଲିସ

କଟକ ଅଫିସ,୨।୨: କଟକର ଜଣେ ଡାକ୍ତରଙ୍କୁ ଫୋନ୍‌ରେ ଧମକ ଦେବା ସହ ମାଓବାଦୀ ଏବଂ ଲାଲ୍‌ ସଲାମ ନାମରେ ଟଙ୍କା ମାଗି ଗିରଫ ହୋଇଛନ୍ତି ଜଣେ ଅଭିଯୁକ୍ତ। ସେ ହେଲେ ଏମ୍‌ରୋଜ ଅନ୍‌ସାରୀ। ତାଙ୍କ ଘର ଝାଡ଼ଖଣ୍ଡର ମଝଗାଁ ଥାନା ଅନ୍ତର୍ଗତ ଖରପୋଷ୍ଟ ଗ୍ରାମରେ। ସିଫା ଡାକ୍ତରଖାନାରେ କାର୍ଯ୍ୟରତ ଥିବା ଡାକ୍ତର ସାମି ସଲିମଙ୍କୁ ସେ ଫୋନ୍‌ କରି ୫୦ ଲକ୍ଷ ଟଙ୍କା ଦେବାକୁ କହୁଥିଲେ। ଟଙ୍କା ନ ଦେଲେ ତାଙ୍କୁ ଅପହରଣ କରିବା ଧମକ ମଧ୍ୟ ଦେଉଥିଲେ। ଏହାକୁ ନେଇ ଡାକ୍ତର ବିଡ଼ାନାସୀ ଥାନାରେ ଏକ ଏତଲା ଦେଇଥିଲେ। ଉକ୍ତ ଏତଲାକୁ ଭିତ୍ତି କରି କଟକ ପୋଲିସ ଝାଡ଼ଖଣ୍ଡ ପୋଲିସର ସହାୟତାରେ ଫୋନ୍‌କୁ ଟ୍ରାକ୍‌ କରି ଅଭିଯୁକ୍ତ ଏମ୍‌ରୋଜଙ୍କୁ ଗିରଫ କରିବାରେ ସଫଳ ହୋଇଛି।

ତେବେ ଅଭିଯୁକ୍ତଜଣଙ୍କ ପୂର୍ବରୁ ଅନେକ ଲୋକଙ୍କୁ ଏମିତି ଧମକ ଦେଇଛନ୍ତି। ଏପରିକି ସେ ଝାଡ଼ଖଣ୍ଡର ଜଣେ ବିଧାୟକଙ୍କୁ ଧମକାଇ ତାଙ୍କଠାରୁ ୫୦ ଲକ୍ଷ ଟଙ୍କା ଦାଦାବଟି ମାଗିଥିଲେ। ଏବେ ଏହି ମାମଲାରେ ଝାଡ଼ଖଣ୍ଡ ପୋଲିସ ସହାୟତା କରିଥିବା କଟକ ଜୋନ୍‌-୩ ଏସ୍‌ପି ତାପସ ପ୍ରଧାନ କହିଛନ୍ତି।

Share