ମିଚେଲ ଓବାମାଙ୍କୁ ଉପରାଷ୍ଟ୍ରପତି କହିଲେ ବାଇଡେନ୍‌

ଓ୍ବାଶିଂଟନ,୪।୪ : ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଭୁଲ୍‌ବଶତଃ ମିଚେଲ ଓବାମାଙ୍କୁ ଉପରାଷ୍ଟ୍ରପତି କହି ସମାଲୋଚିତ ହୋଇଛନ୍ତି। ଶନିବାର ୟୁଏସ୍‌ଏସ୍‌ ଡେଲାଓ୍ବେର୍‌ କମିଶନିଂ ଉତ୍ସବରେ ଉଦ୍‌ବୋଧନ ଦେବାବେଳେ ବାଇଡେନ୍‌ ତାଙ୍କ ପତ୍ନୀ ତଥା ଆମେରିକାର ଫାଷ୍ଟ ଲେଡି ଜିଲ୍‌ ବାଇଡେନ୍‌ଙ୍କୁ ତାଙ୍କ କାର୍ଯ୍ୟ ପାଇଁ କୃତଜ୍ଞତା ଜଣାଇବାକୁ ଚାହୁଁଥିଲେ। ମିଚେଲ ଓବାମା ଫାଷ୍ଟ ଲେଡି ଥିବାବେଳେ ସେ ଉପରାଷ୍ଟ୍ରପତି ଭାବେ ତାଙ୍କ ସହ ମିଳିତ ବାହିନୀ ପାଇଁ କାର୍ଯ୍ୟ ଆରମ୍ଭ କରିଥିବାରୁ ଅତ୍ୟନ୍ତ ଗର୍ବ ଅନୁଭବ କରୁଛି ଓ ଏହି କାର୍ଯ୍ୟ ଜାରି ରହିଛି କହିବା ପରିବର୍ତ୍ତେ ମିଚେଲଙ୍କୁ ଉପରାଷ୍ଟ୍ରପତି କହିଥିଲେ। ଉକ୍ତ ଭିଡିଓ ଭାଇରାଲ ହେବା ପରେ ସୋସିଆଲ ମିଡିଆରେ ତାଙ୍କୁ ସମାଲୋଚନା କରାଯାଇଛି। ସୂଚନାଯୋଗ୍ୟ, କିଛିଦିନ ପୂର୍ବରୁ ବାଇଡେନ୍‌ ଉପରାଷ୍ଟ୍ରପତି କମଲା ହାରିସଙ୍କୁ ଭୁଲ୍‌ବଶତଃ ଫାଷ୍ଟ ଲେଡି କହିଥିଲେ।

Share