ପୁଟିନଙ୍କୁ ‘ଯୁଦ୍ଧ ଅପରାଧୀ’ କହିଲେ ବାଇଡେନ୍‌

ନ୍ୟୁୟର୍କ,୧୮।୩: ୟୁକ୍ରେନର ସାଧାରଣ ନାଗରିକଙ୍କ ଉପରେ ରୁଷିଆର ଆକ୍ରମଣ ଭୟଙ୍କର ରୂପ ଧାରଣ କରିଛି। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଜଣେ ଯୁଦ୍ଧ ଅପରାଧୀ ବୋଲି କହିଛନ୍ତି। ବାଇଡେନଙ୍କ ଏହି ମନ୍ତବ୍ୟ ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ରୁଷିଆ ଏହାକୁ ଏକ ରାଷ୍ଟ୍ର ମୁଖ୍ୟଙ୍କ ଦ୍ୱାରା କ୍ଷମାହୀନ ମନ୍ତବ୍ୟ ନୁହେଁ ବୋଲି କହିଛି।
ହ୍ବାଇଟ ହାଉସରେ ବାଇଡେନ ଗଣମାଧ୍ୟମକୁ କହିଛନ୍ତି, ମୁଁ ଭାବୁଛି ସେ (ପୁଟିନ) ଜଣେ ଯୁଦ୍ଧ ଅପରାଧୀ। ଏହା ପରେ ହ୍ବାଇଟ ହାଉସର ପ୍ରେସ ସଚିବ ଜେନ ପାସାକି କହିଛନ୍ତି, ମୁଁ ଭାବୁଛି ରାଷ୍ଟ୍ରପତିଙ୍କ ମନ୍ତବ୍ୟ ଯଥେଷ୍ଟ। ସେ ହୃଦୟରୁ କହୁଥିଲେ ଏବଂ ଅନ୍ୟ ଦେଶରେ ଆକ୍ରମଣ ମାଧ୍ୟମରେ ଟେଲିଭିଜନରେ ଆମେ ଦେଖୁଥିବା ଏକ ନିଷ୍ଠୁର ଏକଛତ୍ରବାଦୀ ଶାସନର ବର୍ବର କାର୍ଯ୍ୟ ଆଧାରରେ ସେ କହୁଥିଲେ।
ବାଇଡେନ୍‌ ୟୁକ୍ରେନକୁ ମାରାତ୍ମକ ଅସ୍ତ୍ରଶସ୍ତ୍ର ଯୋଗାଇ ଦେବାକୁ ଘୋଷଣା କରିଛନ୍ତି। ବାଇଡେନ ମଧ୍ୟ ଆମେରିକାକୁ ଏକ ଲଙ୍ଗ୍‌ ରେଞ୍ଜ୍‌ ଆଣ୍ଟି-ଏୟାରକ୍ରାଫ୍ଟ ସିଷ୍ଟମ ଦେବା ବିଷୟରେ ସୂଚନା ଦେଇଛନ୍ତି। ୟୁକ୍ରେନର ସ୍ବାଧୀନତା ପାଇଁ ଆମେରିକା ଛିଡା ହୋଇଛି ଏବଂ ୟୁକ୍ରେନବାସୀଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରିବ। ଆମେ ୟୁକ୍ରେନକୁ ଆର୍ଥିକ ଦୃଷ୍ଟିରୁ ଆହୁରି ସାହାଯ୍ୟ କରିବୁ ବୋଲି ସେ କହିଛନ୍ତି।

Share