ଜିନପିଙ୍ଗଙ୍କୁ ଏକଛତ୍ରବାଦୀ କହିଲେ ବାଇଡେନ…

ଓ୍ବାଶିଂଟନ,୨୧।୬ : ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ ଚାଇନେ ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କୁ ଭେଟିବାର ଗୋଟିଏ ଦିନ ପରେ ରାଷ୍ଟ୍ରପତି ଜୋ ବାଇଡେନ ତାଙ୍କ ବେଜିଂ ପ୍ରତିପକ୍ଷଙ୍କୁ ଏକଛତ୍ରବାଦୀ ଶାସକ ବୋଲି କହିଛନ୍ତି। ଆମେରିକା ରାଷ୍ଟ୍ରପତିଙ୍କ ଏହି ବିବୃତ୍ତି ଏକ ସମୟରେ ଆସିଛି ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତରେ ଅଛନ୍ତି। ସୋମବାର ବେଜିଂରେ ଜିନପିଙ୍ଗଙ୍କ ସହ ବ୍ଲିଙ୍କେନଙ୍କ ସାକ୍ଷାତ ଦୁଇ ବୃହତ ଅର୍ଥନୀତି ମଧ୍ୟରେ ତିକ୍ତ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ପ୍ରୟାସର ଏକ ଅଂଶ ଥିଲା। ଜିନପିଙ୍ଗଙ୍କ ସହ ସାକ୍ଷାତ କରିଥିବା ସେ ହେଉଛନ୍ତି ସର୍ବୋଚ୍ଚ ଆମେରିକୀୟ କୂଟନୀତିଜ୍ଞ।

ବିବିସି ରିପୋର୍ଟ ଅନୁସାରେ କାଲିଫର୍ନିଆର ଏକ ସଭାରେ ବାଇଡେନ କହିଛନ୍ତି ଆମେରିକାରେ ପ୍ରବେଶ କରିଥିବା ତଥା ଆମେରିକାର ଯୁଦ୍ଧ ବିମାନ ଦ୍ୱାରା ଗୁଳି ଚଳାଇଥିବା ସନ୍ଦିଗ୍ଧ ଚାଇନାର ଗୁପ୍ତଚର ବେଲୁକୁ ନେଇ ଜିନପିଙ୍ଗ ଲଜ୍ଜିତ ହୋଇଥିଲେ। ଏନେଇ ଜିନପିଙ୍ଗ ସଙ୍କଟରେ ପଡ଼ିଥିଲେ। ଯେତେବେଳେ ମୁଁ ଗୁପ୍ତଚର ଉପକରଣରେ ପରିପୂର୍ଣ୍ଣ ଦୁଇଟି ବାକ୍ସ ସହିତ ସେହି ବେଲୁନକଚ ଗୁଳି କରିଥିଲି, ସେତେବେଳେ ସେ କ’ଣ ଜାଣି ନ ଥିଲେ ବେଲୁନ ସେଠାରେ ଅଛି ବୋଲି। ଜଣେ ଛତ୍ରବାଦୀ ଶାସକଙ୍କ ପାଇଁ ଏହା ଅତ୍ୟନ୍ତ ଲଜ୍ଜାଜନକ ବିଷୟ। ଯେତେବେଳେ ସେ ଜାଣି ପାରନ୍ତି ନାହିଁ ଏଭଳି କ’ଣ ହେଲା । ତେବେ ବାଇଡେନଙ୍କ ମନ୍ତବ୍ୟ ଉପରେ ଚାଇନା ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳିନାହିଁ।

Share