ଜେଲେନ୍‌ସ୍କିଙ୍କୁ ‘ପୁଟିନ’ କହିଲେ ବାଇଡେନ୍‌

ଓ୍ବାଶିଂଟନ, ୧୩।୭: ଆମେରିକା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଡେମୋକ୍ରାଟିକ୍‌ ପାର୍ଟି ପ୍ରାର୍ଥୀ ଜୋ ବାଇଡେନ୍‌(୮୧)ଙ୍କ ସମସ୍ୟା କମ୍‌ ହେବାର ନାଁ ନେଉନାହିଁ। ଶୁକ୍ରବାର ନାଟୋ ସମ୍ମିଳନୀରେ ସେ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କିଙ୍କୁ ‘ପ୍ରେସିଡେଣ୍ଟ ପୁଟିନ’ ଭାବେ ସମ୍ବୋଧନ କରିଛନ୍ତି। ଅବଶ୍ୟ ସେ ସଙ୍ଗେ ସଙ୍ଗେ ନିଜର ଭୁଲ୍‌ ସଂଶୋଧନ କରିବା ସହ ପୁଟିନ୍‌ଙ୍କୁ ପରାସ୍ତ କରିବା ଉପରେ ତାଙ୍କର ଧ୍ୟାନ ଥିବାରୁ ଏହି ସ୍ଲିପ୍‌ ଅଫ୍‌ ଟଙ୍ଗ୍‌ ଘଟିଥିବା କହିଛନ୍ତି। ସେହିପରି ଏହି ସମ୍ମିଳନୀରେ ଖବରଦାତାଙ୍କୁ ସମ୍ବୋଧନ କରିବା ସମୟରେ ଆମେରିକାର ଉପ ରାଷ୍ଟ୍ରପତି କମଲା ହାରିସ୍‌ଙ୍କୁ ନେଇ ହୋଇଥିବା ଏକ ପ୍ରଶ୍ମର ଉତ୍ତର ରଖି ବାଇଡେନ୍‌ ଭୁଲ୍‌ବଶତଃ କମଲାଙ୍କୁ ‘ଉପରାଷ୍ଟ୍ରପତି ଟ୍ରମ୍ପ’ ବୋଲି ସମ୍ବୋଧନ କରିଛନ୍ତି। ବାଇଡେନ୍‌ଙ୍କ ଉଭୟ ସ୍ଲିପ୍‌ ଅଫ୍‌ ଟଙ୍ଗ୍‌ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Share