ମୋଦିଙ୍କୁ କୁଣ୍ଢାଇ ଧରିଲେ ବାଇଡେନ…

ଟୋକିଓ,୨୦।୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ୩ ଦେଶ ଗସ୍ତର ପ୍ରଥମ ପର୍ଯ୍ୟାୟରେ ଜାପାନରେ ପହଞ୍ଚିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଅନେକ ଦେଶର ରାଷ୍ଟ୍ରପତି ଏବଂ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଭେଟିଛନ୍ତି। ଏଥି ସହିତ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିରୋସିମାରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭେଟିଛନ୍ତି। ଏହି ସମୟରେ ଉଭୟ ନେତା ପରସ୍ପରକୁ ଆଲିଙ୍ଗନ କରିଥିଲେ।

ମୋଦି କହିଛନ୍ତି ବିଶ୍ୱର ଆହ୍ବାନର ମୁକାବିଲା ପାଇଁ ଜି -୭ ଏବଂ ଜି -୨୦ ଦେଶରେ ସହଯୋଗର ଗୁରୁତ୍ୱପୂର୍ଣ୍ଣ। ଗୌଗୋଳିକ ତିକ୍ତତା ଯୋଗୁଁ ଖାଦ୍ୟ ଏବଂ ଶକ୍ତି ଯୋଗାଣ ଶୃଙ୍ଖଳା ପ୍ରଭାବିତ ହୋଇଛି। ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଅନ୍ତର୍ଜାତୀୟ ଆଦେଶ ଉପରେ ଆଧାର କରି ଜାତୀୟ ସାର୍ବଭୌମତ୍ୱ ତଥା ଆଞ୍ଚଳିକ ଅଖଣ୍ଡତାକୁ ଆମେ ସମର୍ଥନ କରୁଛୁ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାପାନର ହିରୋସିମାଠାରେ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦାଙ୍କୁ ମଧ୍ୟ ଭେଟିଛନ୍ତି। ଏହି ବୈଠକରେ ଦୁଇ ନେତା ବାଣିଜ୍ୟ, ଅର୍ଥନୀତି ଏବଂ ସଂସ୍କୃତି ସମେତ ବିଭିନ୍ନ କ୍ଷେତ୍ରରେ ଭାରତ-ଜାପାନର ବନ୍ଧୁତା ବୃଦ୍ଧି କରିବାର ଉପାୟ ଉପରେ ଆଲୋଚନା କରିଥିଲେ।

Share