ମୋଦିଙ୍କ ସହ ଚିୟର୍ସ କଲେ ବାଇଡେନ

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୩ା୬: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ହ୍ବାଇଟ୍‌ ହାଉସରେ ‘ଷ୍ଟେଟ୍‌ ଡିନର’ କରିଥିଲେ। ଏହି ସମୟରେ ପରସ୍ପର ଖୁସିର ମୁହୂର୍ତ୍ତ ବାଣ୍ଟିଥିଲେ। ରାଷ୍ଟ୍ରପତି ବାଇଡେନ ମଦ୍ୟପାନ ନ କରି ଟୋଷ୍ଟ ବା ଚିୟର୍ସ କରିବା ପାଇଁ ତାଙ୍କ ଜେଜେବାପାଙ୍କ ପରାମର୍ଶକୁ ପୁନରାବୃତ୍ତି କରିଥିଲେ।

ଏହି ଭୋଜନରେ ପ୍ରାୟ ୪୦୦ ଅତିଥି ସାମିଲ ଥିଲେ। ଏହି ହାଇ-ପ୍ରୋଫାଇଲ ଇଭେଣ୍ଟରେ ବାଇଡେନ କହିଛନ୍ତି, ତାଙ୍କ ଜେଜେବାପା ଏମ୍ବ୍ରୋଜ ଫିନ୍ନେଗାନ କହୁଥିଲେ, ଯଦି ଆପଣ ଏକ ଟୋଷ୍ଟ ଦିଅନ୍ତି ଏବଂ ଆପଣଙ୍କ ଗ୍ଲାସରେ ମଦ ନ ଥାଏ, ତେବେ ଆପଣ ଗ୍ଲାସକୁ ବାମ ହାତରେ ଧରିବା ଉଚିତ’। ତୁମେ ସମସ୍ତେ ଭାବୁଛ ମୁଁ ଥଟ୍ଟା କରୁଛି, କିନ୍ତୁ ମୁଁ ମଜା କରୁନାହିଁ।’ ଏହା ପରେ ସେଠାରେ ହାସ୍ୟରୋଳ ସୃଷ୍ଟି ହୋଇଥିଲା।

Share