ଓ୍ବାଶିଂଟନ,୧୮ା୬: ଶନିବାର ସକାଳେ ଡେଲାଓ୍ବେର୍ସ୍ଥିତ ବେଳାଭୂମି ଘର ନିକଟରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏକ ସାଇକେଲରେ ଯାଉଥିବା ବେଳେ ପଡ଼ିଯାଇଥିଲେ।
ଏହା ପରେ ତାଙ୍କୁ ଦେଖିବାକୁ ଶୁଭେଚ୍ଛୁ ଏବଂ ଖବରଦାତାଙ୍କ ଭିଡ଼ ଲାଗିଥିଲା। ବାଇଡେନ କହିଛନ୍ତି, ସେ ସାଇକେଲରୁ ଗୋଡ଼ ବାହାର କରୁଥିବା ସମୟରେ ଭାରସାମ୍ୟ ହରାଇଥିଲେ। ଫଳରେ ତଳେ ପଡ଼ିଯାଇଥିଲେ। କିନ୍ତୁ ତାଙ୍କର କୌଣସି କ୍ଷତି ହୋଇ ନ ଥିବା ସେ କହିଛନ୍ତି।
ହ୍ବାଇଟ ହାଉସର ପୁଲ୍ ରିପୋର୍ଟର ଏକ ଭିଡିଓରେ ଦର୍ଶାଯାଇଛି, ୭୯ ବର୍ଷୀୟ ରାଷ୍ଟ୍ରପତି ପଡ଼ିଯିବା ପରେ ତୁରନ୍ତ ଉଠୁଛନ୍ତି। ତା’ପରେ ସେ କହୁଛନ୍ତି, ମୁଁ ଭଲ ଅଛି।