ଚାଇନାକୁ ବାଇଡେନ୍‌ ସରକାରଙ୍କ ଚେତାବନୀ

ଓ୍ବାଶିଂଟନ, ୨୪।୧: ଆମେରିକାର ଜୋ ବାଇଡେନ୍‌ ସରକାରଙ୍କ ପକ୍ଷରୁ ଚାଇନାକୁ ଚେତାବନୀ ଦିଆଯାଇଛି। ତାଇଓ୍ବାନ ବିରୋଧରେ ଚାଇନା ପକ୍ଷରୁ କରାଯାଉଥିବା ସୈନ୍ୟ ବାହିନୀ କାର୍ଯ୍ୟ କଳାପ, ରାଜନୈତିକ ଏବଂ ଆର୍ଥିକ ଚାପ କମ୍‌ କରିବା ଲାଗି ବାଇଡେନ୍‌ ସରକାର କହିଛନ୍ତି। ଚାଇନା ଯୁଦ୍ଧ ପୋତ ତାଇଓ୍ବାନର ସୁରକ୍ଷା କ୍ଷେତ୍ରରେ ଅବୈଧ ଭାବେ ପ୍ରବେଶ କରିବା ନେଇ ଆମେରିକା ପକ୍ଷରୁ ଚିନ୍ତା ପ୍ରକଟ କରାଯାଇଛି। ଚାଇନା ବାୟୁସେନାର ୮-ଏଚ୍‌-୬-କେ ଯୁଦ୍ଧ ବିମାନ ତାଇଓ୍ବାନ ଉପରେ ପଇଁତରା ମାରିଥିଲା। ଆମେରିକାର ସମର୍ଥନ ମିଳିବା ପରେ ତାଇଓ୍ବାନ ନିଜର କ୍ଷେପଣାସ୍ତ୍ରକୁ ଚାଇନା ଯୁଦ୍ଧପୋତ ଏବଂ ବିମାନ ମୁହାଁ କରିଥିଲା। ଫଳରେ ଚାଇନା ଯୁଦ୍ଧ ବିମାନ ଏବଂ ଯୁଦ୍ଧପୋତ ହଟିବା ଆରମ୍ଭ କରିଥିଲେ। ଭାରତ ଏବଂ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ସମୃଦ୍ଧି ଏବଂ ସୁରକ୍ଷା ପାଇଁ ବାଇଡେନ୍‌ ସରକାର ପ୍ରତିଶ୍ରୁତି ବଦ୍ଧ ବୋଲି ଆମେରିକା ବହିର୍ବ୍ୟାପାର ବିଭାଗ ପକ୍ଷରୁ କୁହାଯାଇଛି। ଏହାକୁ ନେଇ ଚାଇନାର ଚିନ୍ତା ବଢ଼ିବାରେ ଲାଗିଛି।

Share