ବାଇଡେନ କରିଛନ୍ତି ପ୍ଳାଷ୍ଟିକ ସର୍ଜରୀ:ବିରୋଧୀ ନେତା ଗ୍ରେଗ ମର୍ଫିଙ୍କ ଦାବି…

ଓ୍ବାଶିଂଟନ,୧୩।୭ : ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଅତ୍ୟଧିକ ବୋଟକ୍ସ ବ୍ୟବହାର କରୁଛନ୍ତି ବୋଲି କହି ରିପବ୍ଲିକାନ ସାଂସଦ ଗ୍ରେଗ ମର୍ଫି ରାଷ୍ଟ୍ରପତିଙ୍କ ପୁଣି ନିର୍ବାଚନ ଲଢ଼ିବା ପ୍ରସ୍ତାବକୁ ସମାଲୋଚନା କରିଛନ୍ତି। ଉତ୍ତର କାରୋଲିନାର ପ୍ରତିନିଧିତ୍ୱ କରୁଥିବା ଗ୍ରେଗ ମର୍ଫି, ଅସ୍ତ୍ରୋପଚାରର ପୂର୍ବତନ ପ୍ରଫେସର ତଥା ପୂର୍ବ କାରୋଲିନା ୟୁନିଭରସିଟି ସ୍କୁଲ ଅଫ ମେଡିସିନର ୟୁରୋଲୋଜି ବିଭାଗର ମୁଖ୍ୟ। ବାଇଡେନଙ୍କ ସ୍ବାସ୍ଥ୍ୟ ବିଷୟରେ ସେ କହିଛନ୍ତି ସେ ଅତ୍ୟଧିକ ପ୍ଲାଷ୍ଟିକ ସର୍ଜରୀ ଏବଂ ଫିଲର୍‌ କରିଛନ୍ତି।

ଦ୍ୱିତୀୟ ଥର ପାଇଁ ନିର୍ବାଚନ ଲଢ଼ିବାକୁ ଇଚ୍ଛା ଘୋଷଣା କରିବା ପରେ ବାଇଡେନ ଏବେ ତାଙ୍କ ସ୍ବାସ୍ଥ୍ୟ ବିଷୟରେ ବିଭିନ୍ନ ପ୍ରଶ୍ନର ସମ୍ମୁଖୀନ ହୋଇଛନ୍ତି। ସମ୍ପ୍ରତି, ବାଇଡେନ ଆମେରିକାର ଇତିହାସର ସର୍ବ ବୟସ୍କ ରାଷ୍ଟ୍ରପତି ଅଟନ୍ତି ଏବଂ ହ୍ବାଇଟ ହାଉସରେ ତାଙ୍କର ଦ୍ୱିତୀୟ କାର୍ଯ୍ୟକାଳ ଶେଷ ହେବା ବେଳକୁ ତାଙ୍କୁ ୮୬ ବର୍ଷ ହେବ। ତାଙ୍କର ଶାରୀରିକ ଏବଂ ମାନସିକ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଚିନ୍ତାଧାରାକୁ ସେ ଖଣ୍ଡନ କରି କହିଛନ୍ତି ତାଙ୍କ ମସ୍ତିଷ୍କ ଠିକ ଭାବରେ କାର୍ଯ୍ୟ କରୁଛି।

ସେ ପୂର୍ବରୁ କହିଥିଲେ, ମୁଁ ଏପର୍ଯ୍ୟନ୍ତ ନିଜକୁ ବୃଦ୍ଧ ମନେ କରୁ ନାହିଁ। ମୁଁ ବର୍ତ୍ତମାନ ଏପରି କିଛି କରିପାରୁ ନାହିଁ ଯାହା ମୁଁ କରି ପାରିବିନି ବୋଲି ଭାବୁଛି। ଶାରୀରିକ ହେଉ କି ମାନସିକ – କିମ୍ବା ଅନ୍ୟ କିଛି ମୁଁ ସବୁ କ୍ଷେତ୍ରରେ ସୁସ୍ଥ ରହିଛି।

Share