ଆମେରିକାକୁ ବିନାଶର ପଥରେ ରଖିଛନ୍ତି ବାଇଡେନ୍‌: ଟ୍ରମ୍ପ

ଓ୍ବାଶିଂଟନ୍‌,୩୦।୧: ୨୦୨୪ରେ ଆମେରିକାରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ସମସ୍ତ ନିର୍ବାଚନ ଦଳ ପ୍ରଚାର ଆରମ୍ଭ କରିଛନ୍ତି। ଏହି କ୍ରମରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ୨୦୨୪ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିବା ପରେ ରାଜନୈତିକ ଅଭିଯାନ ଆରମ୍ଭ କରିଥିଲେ।
ନ୍ୟୁ ହାମ୍ପସାୟରରେ ସେ କହିଛନ୍ତି, ମୁଁ ବର୍ତ୍ତମାନ ଅଧିକ କ୍ରୋଧିତ ଅଛି। ମୁଁ ପୂର୍ବ ଅପେକ୍ଷା ବର୍ତ୍ତମାନ ଅଧିକ ପ୍ରତିବଦ୍ଧ। ଜୋ ବାଇଡେନ ଆମେରିକାକୁ ବିନାଶର ପଥରେ ରଖିଛନ୍ତି। ୨୦୨୪ ନିର୍ବାଚନ ଆମ ଦେଶକୁ ବଞ୍ଚାଇବା ପାଇଁ ପଡିବ। ପୁଣି ଆମେରିକାକୁ ମହାନ କରିବା ଦିଗରେ ଉଦ୍ୟମ କରାଯିବ।
ଦୁଇମାସ ପୂର୍ବେ ଟ୍ରମ୍ପ ତୃତୀୟ ଥର ପାଇଁ ରାଷ୍ଟ୍ରପତି ନିର୍ବାଚନରେ ଭାଗ୍ୟ ପରୀକ୍ଷା କରିବାକୁ ଘୋଷଣା କରିଥିଲେ।

Share