ଏଲିଜାବେଥ୍ ଡ୍ରିୟୁ
୨୦୨୦ରେ ଜୋ ବାଇଡେନ୍ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ହ ଟ୍ରମ୍ପଙ୍କ ସହ କଡ଼ା ମୁକାବିଲାର ସମ୍ମୁଖୀନ ହୋଇ ବିଜୟ ଲାଭ କରିଥିଲେ। ଈଶ୍ୱରଙ୍କ କୃପାରୁ ଏହି ବିଜୟ ହେଲା ସତ, କିନ୍ତୁ କଂଗ୍ରେସର ଉଭୟ ସଦନରେ ଡେମୋକ୍ରାଟ୍ ଓ ରିପବ୍ଳିକାନ୍ ସାଂସଦଙ୍କ ସଂଖ୍ୟା ମଧ୍ୟରେ ବ୍ୟବଧାନ ଖୁବ୍ କମ୍ ରହିବାରୁ ତାଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହେଲା। ସେ ସମ୍ପୂର୍ଣ୍ଣ ଅକଳରେ ରହିଗଲେ। ଏବେ ବିଲ୍ ପାସ୍ କରିବା ତାଙ୍କ ପାଇଁ କଷ୍ଟକର ହୋଇପଡ଼ୁଛି। ପ୍ରଶ୍ନ ଉଠୁଛି, ଏହି ସ୍ଥିତିକୁ ମୁକାବିଲା କରି ଆଗକୁ ବଢ଼ିଲେ ତାଙ୍କ ପାରିବାପଣିଆକୁ ସାବ୍ୟସ୍ତ କରି ୨୦୨୪ରେ ନିର୍ବାଚନକୁ ପ୍ରଭାବିତ କରିବାକୁ ସମର୍ଥ ହୋଇ ପାରିବେ ତ। ତାଙ୍କ ସହ ସିନେଟ୍ରେ ୫୦-୫୦ ଭୋଟ ରହିଲା। ଏଥିତ୍ରେ ଉପ ରାଷ୍ଟ୍ରପତି କମଲା ହାରିସଙ୍କ ନିର୍ଣ୍ଣାୟକ ଭୋଟ ବି ସାମିଲ। ହାଉସ ଅଫ୍ ରିପ୍ରେଜେଣ୍ଟେଟିଭ୍ରେ ଭୋଟ ବ୍ୟବଧାନ ୮ ରହିଲା। ଏଣୁ ଜଣେ ଡେମୋକ୍ରାଟିକ ସିନେଟ୍ର ଏବଂ ୪ ଜଣ ଡେମାକ୍ରାଟିକ ରିପ୍ରେଜେଣ୍ଟେଟିଭ ବାଇଡେନ୍ଙ୍କ ଯେ କୌଣସି ପ୍ରସ୍ତାବକୁ ରୋକି ଦେଇପାରିବେ। ଏହା ସତ୍ତ୍ୱେ, ସାମାଜିକ ତଥା ପାରିବାରିକ ବିକାଶ ଓ ସୁରକ୍ଷା ସମ୍ପର୍କିତ ଏବଂ ପରିବେଶଗତ ଯୋଜନା ସହ ବାଇଡେନ୍ ଅନେକ ଯୋଜନାର ପ୍ରସ୍ତାବ ରଖିତ୍ଛନ୍ତି। ଏହା ମଧ୍ୟରୁ ଅଧିକାଂଶ ଯୋଜନା ଲୋକପିୟ। ଜଳବାୟୁ ପରିବର୍ତ୍ତନ ମୁକାବିଲା କ୍ଷେତ୍ରରେ ବାଇଡେନ୍ ନିକଟରେ ରିପବ୍ଲିକାନ୍ଙ୍କ ଅପେକ୍ଷା ଡେମୋକ୍ରୋଟ୍ଙ୍କ ଅଧିକ ସମର୍ଥନ ରହିଛି। ଏହା ମଧ୍ୟ ଆମେରିକା ଲାଗି ବେଶି ଦରକାର, କାରଣ ଅକ୍ଟୋବର ୩୧ରେ ଗ୍ଲାସ୍ଗୋରେ ହେବାକୁ ଥିବା ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ(କେପ୍୨୬)ରେ ବାଇଡେନ୍ ଅଂଶଗ୍ରହଣ କରିବେ। ଏହି କାରଣରୁ ସମ୍ଭବତଃ ବାଚସ୍ପତି ନାନ୍ସି ପଲୋସି କଂଗ୍ରେସ ପାଇଁ ‘ହ୍ୟୁମ୍ୟାନ ଇନ୍ଫ୍ରାଷ୍ଟକଚର/ କ୍ଲାଇମେଟ’ ବିଲ୍ ପାସ୍ କରିବାର ସମୟ ସୀମା ଅକ୍ଟୋବର ୩୧କୁ ନିର୍ଦ୍ଧାରଣ କରିଛନ୍ତି। ୩.୫ ଟ୍ରିଲିୟନ ଡଲାର ପରିମାଣର ଯେଉଁ ଯୋଜନାଗୁଡ଼ିକ ପରିକଳ୍ପନା କରିଛନ୍ତି ତାହା ସିନେଟର୍ଙ୍କୁ ଅଧିକ ମନେ ହେଉଛି। ଏହି ଯୋଜନା ୧୦ ବର୍ଷ ପାଇଁ କରାଯାଇଛି ଓ ଏହାପାଇଁ ବର୍ଷକୁ ୩୫୦ ବିଲିୟନ ଡଲାର ଦରକାର ପଡ଼ିବ। ଏହି ପରିମାଣ ଏତେ ଚିନ୍ତାଜନକ ନୁହେଁ ବୋଲି ବୁଝାଇବାରେ ବିଫଳ ହେଲେ। ପୂର୍ବରୁ ପ୍ୟାକେଜ୍ର ଅଟକଳ ୬ରୁ ୧୦ ଟ୍ରିଲିୟନ ଡଲାର ମଧ୍ୟରେ ରହିଥିଲା। ପ୍ରାୟତଃ ବାମପନ୍ଥୀ ସମର୍ଥକ ସିନେଟର ବେର୍ନି ସ୍ୟାଣ୍ଡର ସିନେଟ ବଜେଟ କମିଟିର ଚେୟାରମ୍ୟାନ ରହିଥିବାରୁ ଏହା ହୋଇଥିଲା। ଏହା ତୁଳନାରେ ବର୍ତ୍ତମାନ ୩.୫ ଟ୍ରିଲିୟନ ବଜେଟ ପରିମାଣ ଚଳନୀୟ । ବାସ୍ତବରେ ସିନେଟରେ ୫୦ ଜଣ ଡେମୋକ୍ରାଟିକ୍ ସିନେଟର ରହିଛନ୍ତି । ଏଭଳି ବଜେଟକୁ ମୋଟ ସିନେଟରଙ୍କ ମଧ୍ୟରୁ ଅତିକମ୍ରେ ଦୁଇ ଜଣ ସମର୍ଥନ କରୁ ନ ଥିବା ବିଷୟକୁ ବାଇଡେନ୍ ଓ ତାଙ୍କ ସହଯୋଗୀମାନେ ଅଣଦେଖା କରୁଥିତ୍ଲେ କି? ପଶ୍ଚିମ ଭର୍ଜିନିଆର ଡେମୋକ୍ରାଟିକ ସିନେଟର ଜୋ ମ୍ୟାନ୍ଚିନ ଯେ କି ରିପବ୍ଲିକାନ୍କୁ ସମର୍ଥନ କରିଆସୁଛନ୍ତି ସେ ଏଭଳି ସ୍ଥିତିରୁ ବାଇଡେନଙ୍କୁ ମୁକାଳିପାରିବେ ବୋଲି ବିଶ୍ୱାସ କରାଯାଏ। ସେ ୨୦୧୮ରେ ପଶ୍ଚିମ ଭର୍ଜିନିଆର ୩.୩ ପ୍ରତିଶତ ପଏଣ୍ଟରେ ବିଜୟୀ ହୋଇଥିଲାବେଳେ ୨୦୧୬ରେ ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ୍ ସେଠାରୁ ୪୨ ପଏଣ୍ଟ ପାଇଥିଲେ। ମ୍ୟାନଚିନ୍ ଜଣେ ରକ୍ଷଣଶୀଳ ଡେମୋକ୍ରାଟିକ ସିନେଟର ଭାବେ ଜଣାଶୁଣା। ଯଦି ଡେମୋକ୍ରାଟିକ ଦଳ ସିନେଟକୁ ନିୟନ୍ତ୍ରଣ କରି ରଖେ, ତେବେ ଦଳ ପୁଣି ୨୦୨୪ରେ ନିର୍ବାଚିତ ହେବ ବୋଲି ତାଙ୍କ ଉପରେ ଭରସା ରଖିଛି।
ଆରିଜୋନାର ଡେମୋକ୍ରାଟ୍ ସିନେଟର କ୍ରିଷ୍ଟେନ ସିନେମା ଭୋଟ ଉପରେ ବି ଭରସା ନାହିଁ। ତାଙ୍କ ସିନେଟ ସହଯୋଗୀଙ୍କ ପାଇଁ ଏହା ଏକ ରହସ୍ୟ। ଏକଦା ସେ ଥିଲେ ଜଣେ ଦୃଢ ବାମପନ୍ଥୀ, ଏବେ କିନ୍ତୁ ଦକ୍ଷିଣପନ୍ଥୀ ଚିନ୍ତାଧାରାକୁ ଆସିଛନ୍ତି ଓ ବିିଲ୍କୁ ବିରୋଧ କରିଛନ୍ତି। ପୁନଶ୍ଚ ଏହି ଦୁଇ ଡେମୋକ୍ରାଟ୍ ନେତାଙ୍କୁ ଅଧିକ ବିରକ୍ତ କଲେ ସେମାନେ ଅନ୍ୟ କିଛି କରିବା ସମ୍ଭାବନା ରହିଛି ବୋଲି ବିଚାର କରିବାକୁ ପଡ଼ିବ। ସିନେମାଙ୍କ ପ୍ରତି ହ୍ବାଇଟ ୍ ହାଉସ୍ର ଅସହିଷ୍ଣୁତା ବୃଦ୍ଧି ପାଉଛି। ଯଦିଓ ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମାଙ୍କ ସହ ତତ୍କାଳୀନ ଉପ ରାଷ୍ଟ୍ରପତି ଭାବେ ବାଇଡେନ୍ କାର୍ଯ୍ୟ କରିଛନ୍ତି ତଥାପି ସେ ଓବାମାଙ୍କ ସ୍ବାସ୍ଥ୍ୟସେବା ଯୋଜନାରୁ କିଛି ଶିକ୍ଷା କରିନାହାନ୍ତି। ଓବାମା ଏବଂ ତାଙ୍କ ସହଯୋଗୀମାନେ ତାଙ୍କ ପ୍ରସ୍ତାବରେ କ’ଣ ରହିଛି ତାହା ବୁଝାଇପାରି ନଥିଲେ । ଫଳରେ ଏହାକୁ ‘ଡେଥ୍ ପ୍ୟାନେଲ’ ବା ’ସୋସିଆଲାଇଜଡ୍ ମେଡିସିନ ’ କହି କଟାକ୍ଷ କରିବାକୁ ରିପବ୍ଲିକାନ୍ମାନେ ସୁଯୋଗ ପାଇଥିଲେ। ସେହିଭଳି ଏବେ ଅଧିକାଂଶ ଲୋକ ୩.୫ ଟ୍ରିଲିୟନର ବାଇଡେନ୍ଙ୍କ ପ୍ୟାକେଜରୁ କ’ଣ ବୁଝୁଛନ୍ତି? ଅତି ଧନୀ ଓ ବ୍ୟବସାୟୀଙ୍କ ଉପରେ ଟିକସ ବଢାଇ ଏହି ପ୍ୟାକେଜ ଦିଆଯିବ ବୋଲି ରାଷ୍ଟ୍ରପତି କହୁଛନ୍ତି। କିନ୍ତୁ କେହି ଏହାକୁ ସ୍ବୀକାର କରୁ ନାହାନ୍ତି।
ସାମାଜିକ ମଙ୍ଗଳ- ଜଳବାୟୁ ଯୋଜନାକୁ ଏକ ରିକନ୍ସିଲେସନ ବିଲ୍ (ଉଭୟଦଳର ବୁଝାମଣାରେ ପାସ୍ ହେବାକୁ ଥିବା ବିଲ୍) ଭାବେ ବିଚାର କରାଯାଉଛି। କାରଣ ଏହାକୁ ଏକ ସିନେଟ୍ ପ୍ରକ୍ରିୟାରେ ପାସ୍ କରାଯିବ, ଯେଉଁଥିରେ କୌଣସି ବାଧା ଦୂର କରିବା ଲାଗି ୬୦ ଭୋଟ ବଦଳରେ ଆହୁରି ଅଧିକ ସମର୍ଥନ ଦରକାର। ଡେମୋକ୍ରାଟ୍ଙ୍କ ସହ ୧୦ଟି ରିପବ୍ଲିକାନ୍ ଭୋଟ ମିଶିବାର ସମ୍ଭାବନା ନ ଥିବା ଯୋଗୁ ବୁଝାମଣା ଆବଶ୍ୟକ। ଏଣୁ ମ୍ୟାନ୍ଚିନ ଏବଂ ସେନେମା ଯଦି ପ୍ରସ୍ତାବିତ ବିଲ୍କୁ ବିରୋଧ କରନ୍ତି ଏହା ପାସ୍ ହୋଇପାରିବ ନାହିଁ। ଫଳରେ ବାଇଡେନ୍ଙ୍କୁ ଶକ୍ତ ଝଟ୍କା ଲାଗିବ। ମ୍ୟାନ୍ଚିନ ଜଳବାୟୁ ପରିବର୍ତ୍ତନ ବିଧେୟକ ବା ବିଶୁଦ୍ଧ ବାୟୁ ପ୍ରସ୍ତାବକୁ ବିରୋଧ କରିଛନ୍ତି। ଫଳରେ ଏହା ବିଲ୍ର ପୁନର୍ଲିଖନ ପାଇଁ ବାଧ୍ୟ କରିବ। ସମାନ୍ତରଭାବେ ଆଉ ଏକ ପ୍ରସ୍ତାବିତ ବିଲ୍ ନିର୍ମାଣ କିମ୍ବା ରାସ୍ତା, ପୋଲ, ସୁଡଙ୍ଗ, ବନ୍ଦର, ଜଳଉତ୍ସ ମରାମତି ଭଳି ଭାରି ଭିତ୍ତିଭୂମି କାର୍ଯ୍ୟକ୍ରମ ଏବଂ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଉପରେ ଆଧାରିତ। ୧ ଟ୍ରିଲିୟନ ଡଲାରର ଏହି ଯୋଜନା ଉଭୟ ଦଳର ସମର୍ଥନ ହାସଲ କରିଛି। ଏହା ସପକ୍ଷରେ ୧୯ ଜଣ ରିପବ୍ଲିକାନ ସିନେଟର୍ ଭୋଟ ଦେଇଛନ୍ତି। କିଛି ନେତା ସେମାନଙ୍କ ନିର୍ବାଚନ ମଣ୍ଡଳୀରେ ଏହାକୁ ଲାଗୁ କରିବାକୁ ମନା କରିଦେଇଛନ୍ତି।
ଏକାଠି ଏହି ଦୁଇ ଯୋଜନା ଉଭୟ ଦଳରେ ବିଭାଜନକୁ ବଢାଇଦେଇଛି। ଯଦିଓ ନରମପନ୍ଥୀ ରିପବ୍ଲିକାନ୍ଙ୍କ ସଂଖ୍ୟା ଶେଷ ହେବାକୁ ଯାଉଛି, ସେଥିପାଇଁ ଦକ୍ଷିଣପନ୍ଥୀ ଡେମୋକ୍ରାଟ୍ମାନେ ବିଶେଷକରି ସଂସଦରେ ପୂରା ବିଭାଜିତ ହୋଇଯାଇଛନ୍ତି। ପ୍ରାୟତଃ ସିନେଟ୍ ସଦସ୍ୟ ଭାବେ ଏବେ କୌଣସି ଦକ୍ଷିଣପନ୍ଥୀ ଡେମୋକ୍ରାଟ ନାହାନ୍ତି। ଯେଉଁମାନଙ୍କର ଏହି ବିଚାର ଥିଲା ସେମାନେ ରିପବ୍ଲିକାନ ହୋଇଗଲେ। ପ୍ରତ୍ୟେକ ସଦନରେ ଉଦାରବାଦୀ ଡେମୋକ୍ରାଟଙ୍କ ପ୍ରଭାବ ରହିଛି ଯେଉଁଥିପାଇଁ ସେମାନେ ନରମପନ୍ଥୀଙ୍କ ସହ ବୁଝାମଣା କରିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି। କିନ୍ତୁ ବାଇଡେନ୍ ଯେତେବେଳେ ସୂଚାଇ ଦେଲେ ଯେ, ଖର୍ଚ୍ଚ ପରିମାଣ କମ୍ କରିବାକୁ ଯାଉଛନ୍ତି ସେତେବେଳେ ସେମାନେ ସମାଧାନ କରିବାକୁ ଆଗ୍ରହୀ ହେଲେ। ନରମପନ୍ଥୀମାନେ ସେମାନଙ୍କ ସମ୍ଭାବ୍ୟ ବୁଝାମଣା ସମ୍ପର୍କରେ ଯାହା କହୁଛନ୍ତି ସେମାନଙ୍କ କଥାକୁ ଉଦାରବାଦୀ ଡେମୋକ୍ରାଟ୍ମାନେ ବିଶ୍ୱାସ କରୁ ନାହାନ୍ତି। ଏମାନଙ୍କ ମଧ୍ୟରେ ବୁଝାମଣାର ଅଭାବ ଯୋଗୁ ‘ହ୍ୟୁମ୍ୟାନ ଇନଫ୍ରାଷ୍ଟ୍ରକଚର/ କ୍ଲାଇମେଟ’ ବିଲ୍ ଆଗକୁ ବଢିପାରୁନାହିଁ। କଂଗ୍ରେସରେ ଉଭୟ ବିଲ୍ ଉପରେ ଆଲୋଚନା ହୋଇପାରୁନାହିଁ। ଏଭଳି ଅଚଳାବସ୍ଥା ରାଷ୍ଟ୍ରପତିଙ୍କ ଅସହାୟତାକୁ ପ୍ରକାଶ କରିଛି। ଏହାକୁ ଜଣେ ରାଷ୍ଟ୍ରପତିଙ୍କ ଦୁର୍ଭାଗ୍ୟ କହୁଯିବନି ତ ଆଉ କ’ଣ। ରାଷ୍ଟ୍ରପତି ବାଇଡେନ୍ ଏବେ ଅଡୁଆରେ ପଡ଼ିଥିବା ତାଙ୍କ ଟିମ୍ ଭଲ ଭାବେ ଜାଣିଛନ୍ତି। ଏହା ସହ କଂଗ୍ରେସରେ ଡେମୋକ୍ରାଟ୍ଙ୍କ ନିୟନ୍ତ୍ରଣ କମିଛି। କିନ୍ତୁ ଆଉ କିଛି ଅଧିକ ଗୁରୁତ୍ୱପୂର୍ଣ ବିିଷୟ ଅଧିକ ସଙ୍କଟ ସୂଚିତ କରୁଛି। ବିଶେଷକରି ମଧ୍ୟବିତ୍ତ ବର୍ଗ ଜାଣୁଛନ୍ତି ଯେ, ସରକାର ତାଙ୍କ ସ୍ବାର୍ଥ ଲାଗି କାର୍ଯ୍ୟ କରିବାକୁ ଅକ୍ଷମ। ଏଭଳି ଚିନ୍ତାଧାରା ୨୦୧୬ରେ ଡୋନାଲ୍ଡ ଟ୍ରମ୍ପଙ୍କୁ ବିଜୟୀ କରିଥିଲା ବୋଲି ବିଶ୍ୱାସ କରାଯାଇଥିଲା। ଆଇନଗତ ସମସ୍ୟା ରହିଥିବାରୁ ଟମ୍ପ୍ଙ୍କ ଆଉ ଏକ ରାଷ୍ଟ୍ରପତି ଦୌଡ ଦୋଦୁଲ୍ୟମାନ ସ୍ଥିତିରେ ରହିଛି ଏବଂ ଏହି ସମସ୍ୟା ଦୂର ହୋଇ ଯଦି ସେ ପୁଣି ନିର୍ବାଚନରେ ଭବିଷ୍ୟତରେ ରାଷ୍ଟ୍ରପତି ହୁଅନ୍ତି ତେବେ ଅବାଧରେ ସମସ୍ତ କ୍ଷମତା ହାତକୁ ନେବାର ସମ୍ଭାବନା ରହିଛି। ଏହା ଦୁଇ ସଂଘୀୟ କାର୍ଯ୍ୟକ୍ରମ ଯାହା ବୈଧାନିକ ପରିଣାମ ଉପରେ ନିର୍ଭର କରୁଛି ତା’ଠାରୁ ଡେମୋକ୍ରାଟ୍ଙ୍କ ପାଇଁ ଏହା ଅଧିକ ଜଟିଳ ପରିସ୍ଥିତି ଉପୁଜାଇବ।
ଲେଖକ ଓ୍ବାଶିଂଟନ୍ର ସାମ୍ବାଦିକ