ଖବରଦାତାଙ୍କୁ ଗାଳିକଲେ ବାଇଡେନ୍‌

ଓ୍ବାଶିଂଟନ୍‌, ୨୬ା୧:ଏକ ପ୍ରେସ୍‌ କନ୍‌ଫରେନ୍ସରେ ଦରଦାମ ବୃଦ୍ଧିକୁ ନେଇ ଜଣେ ଖବରଦାତା ପ୍ରଶ୍ନ କରିବା ପରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ତାଙ୍କୁ ଖରାପ ଭାଷାରେ ଗାଳି କରିଛନ୍ତି। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦେଶରେ ମୁଦ୍ରାସ୍ଫୀତି ବୃଦ୍ଧି ହେତୁ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ ତାଙ୍କ ଦଳକୁ କେତେ କ୍ଷତି ହେବ ବୋଲି ଖବରଦାତା ଜଣକ ବାଇଡେନ୍‌ଙ୍କୁ ପ୍ରଶ୍ନ କରିଥିଲେ। ଏଥିରେ କୌଣସି କ୍ଷତି ହେବ ନାହିଁ ବୋଲି ବାଇଡେନ୍‌ ପ୍ରଥମେ କହିଥିଲେ ହେଁ ପରେ ତାଙ୍କୁ ଗାଳି କରିଥିଲେ। ମାଇକ୍‌ ଅନ୍‌ ଥିବାରୁ ତାହା ସମସ୍ତଙ୍କୁ ଶୁଣା ଯାଇଥିଲା।

Share