Categories: ଜାତୀୟ

ସାଧାରଣତନ୍ତ୍ର ଦିବସକୁ ବାଇଡେନ୍‌ ଆମନ୍ତ୍ରିତ

ନୂଆଦିଲ୍ଲୀ,୨୧ା୯: ଭାରତର ସାଧାରଣତନ୍ତ୍ର ଦିବସ ଉତ୍ସବରେ ଯୋଗଦେବା ଲାଗି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମନ୍ତ୍ରଣ କରିଥିବା ଓ୍ବାଶିଂଟନ ପକ୍ଷରୁ କୁହାଯାଇଛି। ଜି୨୦ ସମ୍ମିଳନୀ ଅବସରରେ ବାଇଡେନ୍‌ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ବେଳେ ତାଙ୍କୁ ୨୦୨୪ ଜାନୁୟାରୀ ୨୬ ଉତ୍ସବରେ ଯୋଗଦେବା ଲାଗି ମୋଦି ଆମନ୍ତ୍ରଣ କରିଥିଲେ ବୋଲି ନୂଆଦିଲ୍ଲୀରେ ଆମେରିକା ରାଷ୍ଟ୍ରଦୂତ ଏରିକ୍‌ ଗାର୍‌ସେଟ୍ଟି କହିଛନ୍ତି।

ଚଳିତ ବର୍ଷର ସାଧାରଣତନ୍ତ୍ର ଦିବସରେ ଇଜିପ୍ଟ ରାଷ୍ଟ୍ରପତି ଆବଡେଲ ଫତାହ ଅଲ୍‌-ସିସି ମୁଖ୍ୟ ଅତିଥି ହୋଇଥିଲେ। ୨୦୧୫ରେ ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ବାରାକ ଓବାମା ସାଧାରଣତନ୍ତ୍ର ଦିବସ ଅତିଥି ହୋଇଥିଲେ।

Share