ଓ୍ବାଶିଂଟନ,୨୯।୪ : ଆମେରିକାରେ ୨୦୨୪ ରାଷ୍ଟ୍ରପତି ନିର୍ବାଚନରେ ଜୋ ବାଇଡେନ ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବାର ସମ୍ଭାବନା ଅଛି। ଏହି ନିର୍ବାଚନରେ ସମୁଦାୟ ଜନସଂଖ୍ୟାର ଏକ ପ୍ରତିଶତରୁ ଅଧିକ ଏବଂ ପଞ୍ଜୀକୃତ ଭୋଟରଙ୍କ ମଧ୍ୟରୁ ୧ ପ୍ରତିଶତରୁ କମ ଭାରତୀୟ ପ୍ରମୁଖ ଭୂମିକା ଗ୍ରହଣ କରିବେ। ସେମାନଙ୍କର ବୃଦ୍ଧି ପାଉଥିବା ଥିବା ରାଜନୈତିକ, ସାମାଜିକ ଏବଂ ଅର୍ଥନୈତିିକ ଗୁରୁତ୍ୱ ଯୋଗୁ ସମାନେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି। ଭାରତୀୟ ଆମେରିକୀୟମାନେ ମୁଖ୍ୟତଃ ନ୍ୟୁୟର୍କ, ନ୍ୟୁ ଜର୍ସି, କାଲିଫର୍ଣ୍ଣିଆ ଏବଂ ଟେକ୍ସାସ ଭଳି ରାଜ୍ୟରେ ଅଧିକ ବାସ କରୁଛନ୍ତି। ତେବେ ଜର୍ଜିଆ, ପେନସିଲଭାନିଆ ଏବଂ ମିସିଗାନ ଭଳି ରାଜ୍ୟରେ ସେମାନଙ୍କର ଭୋଟ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ।
ସାଧାରଣତଃ ଭାରତୀୟ-ଆମେରିକୀୟମାନେ ଡେମୋକ୍ରାଟମାନଙ୍କୁ ଅତ୍ୟଧିକ ପସନ୍ଦ କରିଥାନ୍ତି। କିନ୍ତୁ ପୂର୍ବ ନିର୍ବାଚନ ପରି ଉଭୟ ଡେମୋକ୍ରାଟ ଏବଂ ରିପବ୍ଲିକାନ ମଧ୍ୟ ଭାରତୀୟଙ୍କ ହାତେଇବା ପାଇଁ ପ୍ରୟାସ କରୁଛନ୍ତି।