ପ୍ରତିରକ୍ଷା ମନ୍ତ୍ରୀ ଚୟନ ନେଇ ଚାପରେ ବାଇଡେନ୍‌

ଓ୍ବାଶିଂଟନ,୩।୧୨: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇଥିବା ଡେମୋକ୍ରାଟିକ୍‌ ପାର୍ଟିର ଜୋ ବାଇଡେନ୍‌ ଏବେ ନୂଆ ପ୍ରତିରକ୍ଷା ମନ୍ତ୍ରୀ ଚୟନ କରିବା ନେଇ ଚିନ୍ତାରେ ପଡ଼ିଛନ୍ତି। ଦଳର ୨ ଗୋଷ୍ଠୀ ଏନେଇ ବାଇଡେନ୍‌ଙ୍କ ଉପରେ ଚାପ ପକାଯାଉଥିବା ଚର୍ଚ୍ଚା ହେଉଛି। ଗୋଟିଏ ଗୋଷ୍ଠୀ ଏହି ପଦବୀ ପାଇଁ ଜଣେ ଆଫ୍ରିକୀୟ ଆମେରିକୀୟଙ୍କୁ ଚୟନ କରିବା ଉପରେ ଦାବି କରୁଛି। ଅପରପକ୍ଷରେ ଅନ୍ୟ ଗୋଷ୍ଠୀ ପକ୍ଷରୁ ଏନେଇ ପ୍ରଥମ ଥର ପାଇଁ କୌଣସି ମହିଳା ସଦସ୍ୟଙ୍କୁ ଚୟନ କରିବା ଉପରେ ଗୁରୁତ୍ୱାରୋପ କରାଯାଉଛି। ସେହିପରି କେତେକ ପ୍ରଗତୀଶୀଳ ଗୋଷ୍ଠୀ ମିସେଲ୍‌ ଫ୍ଲୋର୍ନିଙ୍କୁ ଏହି ପଦବୀରେ ଅବସ୍ଥାପିତ ନ କରିବା ଲାଗି ଦାବି କରିଛନ୍ତି। ମିସେଲ୍‌ଙ୍କ ଗତ ଦିନର ରେକର୍ଡ ଏବଂ ଘରୋଇ ସଂସ୍ଥା ସହିତ ସହଯୋଗିତାକୁ ଏସବୁ ଗୋଷ୍ଠୀ ପସନ୍ଦ କରି ନାହାନ୍ତି। ଇତମଧ୍ୟରେ ୭ଟି ପ୍ରଗତୀଶୀଳ ଗୋଷ୍ଠୀ ପକ୍ଷରୁ ମିସେଲ୍‌ଙ୍କ ବିରୋଧରେ ଚିଠି ଲେଖିଛନ୍ତି। ଫଳରେ ରାଷ୍ଟ୍ରପତି ଭାବେ ଶପଥ ନ ନେବା ପୂର୍ବରୁ ବାଇଡେନ୍‌ଙ୍କ ଚିନ୍ତା ବଢ଼ିବାରେ ଲାଗିଛି।

Share