ମୂଳ ଭାରତୀୟ ବିବେକଙ୍କୁ ବିଶ୍ୱସ୍ବାସ୍ଥ୍ୟ ସଂଗଠନ କାର୍ଯ୍ୟନିର୍ବାହୀ ବୋର୍ଡରେ ସାମିଲ କଲେ ବାଇଡେନ…

ଓ୍ବାଶିଂଟନ,୫।୧୦ : ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଡାକ୍ତର ବିବେକ ମୂର୍ତ୍ତିଙ୍କୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର କାର୍ଯ୍ୟନିର୍ବାହୀ ବୋର୍ଡରେ ଆମେରିକାର ପ୍ରତିନିଧୀ ଭାବରେ ସାମିଲ କରିବାକୁ ମନୋନୀତ କରିଛନ୍ତି। ହ୍ବାଇଟ ହାଉସ ପକ୍ଷରୁ ଏହି ସୂଚନା ଜାରି ହୋଇଛି।

ହ୍ବାଇଟ ହାଉସ ଦ୍ୱାରା ଜାରି ବିବୃତ୍ତି ଅନୁଯାୟୀ ୪୫ ବର୍ଷିୟ ଡାକ୍ତର ମୂର୍ତ୍ତି ସର୍ଜନ ଜେନେରାଲ ସହିତ ଏହି ନୂତନ ପଦର ଦାୟିତ୍ୱ ଗ୍ରହଣ କରିବେ। ମାର୍ଚ୍ଚ ୨୦୨୧ରେ, ଆମେରିକାର ସିନେଟ ଦେଶର ଏକବିଂଶ ସର୍ଜନ ଜେନେରାଲ ଭାବରେ ତାଙ୍କର ନିଯୁକ୍ତିକୁ ଅନୁମୋଦନ କରାଯାଇଥିଲା। ସେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ କାର୍ଯ୍ୟକାଳରେ ୧୯ ତମ ସର୍ଜନ ଜେନେରାଲ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ।

ମୂର୍ତ୍ତି ୟର୍କସାୟାରର ହୁଡର୍ସଫିଲ୍ଡରେ ଜନ୍ମଗ୍ରହଣ କରିଥିଲେ। ମୂଳତଃ ସେ ଭାରତର କର୍ନାଟକ ରାଜ୍ୟର ବାସିନ୍ଦା। ୧୯୭୮ ରେ ତାଙ୍କ ପରିବାର କାନାଡାର ନ୍ୟୁଫାଉଣ୍ଡଲ୍ୟାଣ୍ଡକୁ ଚାଲିଗଲେ, ଯେଉଁଠାରେ ତାଙ୍କ ପିତା ଜିଲା ଚିକିତ୍ସା ଅଧିକାରୀ ଭାବରେ କାର୍ଯ୍ୟ କରୁଥିଲେ। ଯେତେବେଳେ ମୁର୍ତ୍ତିଙ୍କୁ ତିନି ବର୍ଷ ହୋଇଥିଲା ତାଙ୍କ ପରିବାର ଆମେରିକାର ମିଆମିକୁ ଆସିଥିଲେ।

Share